
ବେଙ୍ଗାଲୁରୁ: କଂଗ୍ରେସ୍ ଏବେ ଘୋର ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ, ଅଧକ୍ଷ କିଏ ହେବ କଂଗ୍ରେସ କୁ କିଏ ସମ୍ଭାଳିବ ସେନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହାରି ମଧ୍ୟରେ ରାହୁଲ୍ ଗାନ୍ଧୀଙ୍କ ଛଡ଼ା ଦଳରେ ଆଉ କାହାରି ସମଗ୍ର ଭାରତରେ ଆଲୋଡ଼ନ କରିବା ଭଳି କ୍ଷମତା ନ ଥିବାରୁ ତାଙ୍କୁ ବୁଝାଇଶୁଝାଇ କଂଗ୍ରେସର ଅଧ୍ୟକ୍ଷ କରାଯିବ ବରିଷ୍ଠ ନେତା ଏମ୍. ମଲ୍ଲିକାର୍ଜୁନ ଖଡ଼ଗେ ବଡ଼ ବୟାନ ଦେଉଛନ୍ତି । ରାହୁଲ୍ ଗାନ୍ଧୀଙ୍କ ଛଡ଼ା ଦଳରେ ଆଉ କାହାରି ସମଗ୍ର ଭାରତରେ ଆଲୋଡ଼ନ କରିବା ଭଳି କ୍ଷମତା ନ ଥିବାରୁ ତାଙ୍କୁ ବୁଝାଇଶୁଝାଇ କଂଗ୍ରେସର ଅଧ୍ୟକ୍ଷ କରାଯିବ ବୋଲି କହିଛନ୍ତି।
ସେ କହିଛନ୍ତି, ଦଳର ନେତୃତ୍ବ ନେବାକୁ ଚାହୁଁଥିବା ବ୍ୟକ୍ତି ସମଗ୍ର ଦେଶରେ ସୁପରିଚିତ ଥିବା ଉଚିତ ଏବଂ କନ୍ୟାକୁମାରୀରୁ କଶ୍ମୀର ଏବଂ ପଶ୍ଚିମବଙ୍ଗରୁ ଗୁଜରଟ ପର୍ଯ୍ୟନ୍ତ ସମର୍ଥନ ପାଇବା କଥା।
ଶୁକ୍ରବାର ଦିନ ଖଡ଼ଗେ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ସେ ସୁପରିଚି ତଥା ସମଗ୍ର କଂଗ୍ରେସ ପାର୍ଟିରେ ଗ୍ରହଣୀୟ ବ୍ୟକ୍ତିତ୍ବ ହୋଇଥିବା ଉଚିତ। ତେଣୁ, ଦଳରେ ତାଙ୍କ ପରି ଆଉ କେହି ନାହାନ୍ତି।
ସେ ସ୍ମରଣ କରାଇ କହିଛନ୍ତି ଯେ, ଯୋଗ ଦେଇ ଦଳ ପାଇଁ କାମ କରିବା ଲାଗି ସମସ୍ତ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ବାଧ୍ୟ କରିବା ସହ ଆସି ସଂଗ୍ରାମ କରିବା ଲାଗି ରାହୁଲ୍ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ।
ବିକଳ୍ପ କିଏ ଆପଣମାନେ କୁହନ୍ତୁ। ଆଉ କିଏ ଅଛନ୍ତି ବୋଲି ସେ ପଚାରିଛନ୍ତି।
ଦଳର ମୁଖ୍ୟ ହେବାକୁ ରାହୁଲ୍ ଗାନ୍ଧୀ ଅନିଚ୍ଛୁକ ବୋଲି ପ୍ରକାଶ ପାଇଥିବା ରିପୋର୍ଟ ପ୍ରସଙ୍ଗରେ ଖଡ଼ଗେ କହିଲେ, ଦଳ, ଦେଶ, ‘ଆର୍ଏସ୍ଏସ୍-ବିଜେପି ସହିତ ମୁକାବିଲା ଏବଂ ଦେଶକୁ ଏକତ୍ର କରି ରଖିବା ଲାଗି ଦାୟିତ୍ବ ଗ୍ରହଣ କରିବା ଲାଗି ତାଙ୍କୁ ଅନୁରୋଧ କରାଯିବ।
ଦଳର ‘ଭାରତ ଯୋଡ଼ୋ ଯାତ୍ରା’ କଥା ଉଠାଇ ଖଡ଼ଗେ କହିଲେ ଯେ, ‘ଯୋଡ଼ୋ ଭାରତ ପାଇଁ ରାହୁଲ୍ ଗାନ୍ଧୀଙ୍କର ଆବଶ୍ୟକତା ରହିଛି।
କଂଗ୍ରେସ ଅଧ୍ୟକ୍ଷ ହେବା ପାଇଁ ଆମେ ତାଙ୍କୁ କହିବୁ, ବାଧ୍ୟ କରିବୁ ଓ ଅନୁରୋଧ କରିବୁ। ଆମେ ତାଙ୍କୁ ସମର୍ଥନ କରିବୁ। ଆମେ ତାଙ୍କୁ ବୁଝାଇବାକୁ ଉଦ୍ୟମ କରିବୁ ବୋଲି ଖଡ଼ଗେ କହିଛନ୍ତି।