ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଡି ଅଫିସ ଆଗରେ ପ୍ରଦେଶ କଂଗ୍ରେସର ଜୋରଦାର । ତେବେ ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ରାହୁଲ୍‌ ଗାନ୍ଧୀ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ୫/୬ ଘଣ୍ଟା ଜେରା କରାଯାଇପାରେ ବୋଲି ବିଶ୍ବସ୍ତସୂତ୍ରରୁ ପ୍ରକାଶ। ପ୍ରବର୍ତ୍ତନ ନ‌ିର୍ଦେଶାଳୟ ପ୍ରଶ୍ନଗୁଡ଼ିକର ସତ ସତ ଉତ୍ତର ଦେବେ ବୋଲି ରାହୁଲ୍‌ ଗାନ୍ଧୀ ଶପଥ ନେଇ ସାରିଲେଣି । ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲଙ୍କ ବୟାନ ରେକର୍ଡ କରିବେ। ‘ପିଏମ୍‌ଏଲ୍‌ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯିବ। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିବେ । ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିବେ। ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍‌ କରିବେ। ଆଜି ସକାଳେ ଆରମ୍ଭ ହୋଇଥିବା ପ୍ରତିବାଦ ପଦଯାତ୍ରାର ରାହୁଲ୍‌ ଗାନ୍ଧୀ ନେତୃତ୍ବ ନେଇଥିଲେ।

କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ରାହୁଲ୍‌ ଓ ପ୍ରିୟଙ୍କାଙ୍କୁ କାର୍‌ରେ ବସିବାକୁ ପଡ଼ିଥିଲା। ପ୍ରତିବାଦ ପ୍ରଦର୍ଶନପୂର୍ବକ ସମ୍ପ୍ରତି କଂଗ୍ରେସ କର୍ମୀମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି କ୍ରମରେ ଆଜି ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିବାର ଦେଖିବାକୁ ମିଳିଛି । ରାଜ୍ୟର ନୂତନ ପିସିସି ଶରତ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଏହି ବିକ୍ଷଭରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି ।