ବର୍ଷା-ଅନୁଭବ ପାରିବାରିକ ବିବାଦ; ପୁଣି ଏକ ନୂଆ ପିଟିସନ ଦାଏର କଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦରେ ପୂର୍ଣ୍ଣଛେଦ ପଡ଼ିବାର ନାଁ ନେଉନାହିଁ । କଟକ ଫାମିଲି କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଉ ବୋଲି ଆଜି ବର୍ଷା ପୁଣି ଏକ ପିଟିସନ ଦାଏର କରିଛନ୍ତି । କୋର୍ଟ ଏହା ଉପରେ ଆସନ୍ତାକାଲି ଶୁଣାଣି କରିବେ । ତେବେ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଏବଂ ଜେରା ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଆଜି ଫାମିଲି କୋର୍ଟରେ ଯୁକ୍ତି ଉପସ୍ଥାପନ ହେବାର ଥିଲା ।ଯେଉଁଥିପାଇଁ ଆଜି ଅନୁଭବ ମହାନ୍ତି କୋର୍ଟରେ ହାଜର ମଧ୍ୟ ହୋଇଥିଲେ ।

ତେବେ ବର୍ଷାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବା ବଦଳରେ ସାନି ପିଟିସନ ଦାୟର କରାଯାଇଛି । ସାକ୍ଷ୍ୟ ଗ୍ରହଣ ପାଇଁ ପୂର୍ବରୁ ବାର୍ଷାଙ୍କୁ ଫାମିଲି କୋର୍ଟ ବାରମ୍ବାର ନୋଟିସ କରିଥିଲେ । କିନ୍ତୁ ସେ କୋର୍ଟରେ ଉପସ୍ଥିତ ନହେବାରୁ ତାଙ୍କର ପକ୍ଷ ଉପସ୍ଥାପିତ ହୋଇନଥିଲା ଏବଂ ଉକ୍ତ ପ୍ରକ୍ରିୟା ଉପରେ ପୂର୍ଣ୍ଣଛେଦ ଟାଣିଥିଲେ କୋର୍ଟ । ଆଜି ବର୍ଷାଙ୍କ ତରଫରୁ ଯେଉଁ ପିଟିସନ ଦାୟର ହୋଇଛି ତାହା ଗ୍ରହଣୀୟ ହେବକି ନାହିଁ ତାହା ଆସନ୍ତା କାଲି ସ୍ପଷ୍ଟ ହେବ ।

Related Posts