ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା: ପର୍ଣ୍ଣୋଗ୍ରାଫିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ | ପର୍ଣ୍ଣୋଗ୍ରାଫି ନେଇ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ |

ତେବେ ପୂର୍ବରୁ ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗତବର୍ଷ ଜୁଲାଇ 20ରେ ଗିରଫ କରିଥିବା ବେଳେ, ଏହାପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପୂର୍ବରୁ ମୁମ୍ବାଇ ପୋଲିସ ଏହି ମାମଲାରେ ଫେବୃଆରୀରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ସହ ୱେବ୍ ସିରିଜ୍ କିମ୍ବା ବଲିଉଡ ଫିଲ୍ମରେ ଅଭିନୟ କରିବାର ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଥିଲା । ବଲିଉଡ ଫିଲ୍ମରେ ଅଭିନୟ କରିବା ନେଇ କୁହାଯାଉଥିବା ବେଳେ ପର୍ଣ୍ଣ ଫିଲ୍ମ କରିବା ପାଇଁ କୁହାଯାଉଥିଲା ।ଯାହାର ସୁଟିଂ ମଲାଡର ମାଧ ଦୀପପୁଞ୍ଜ ଓ ଆକ୍ସାରେ ଥିବା ଆପାଟମେଣ୍ଟରେ କରାଯାଉଥିଲା ।

ସୁଟିଂ ସମୟରେ ଅଭିନେତ୍ରୀମାନଙ୍କୁ ନଗ୍ନ ହେବାକୁ ମଧ୍ୟ କୁହାଯାଉଥିଲା । ଯଦି ଜଣେ ଅଭିନେତ୍ରୀ ଏଥି ପାଇଁ ମନା କରନ୍ତି, ତେବେ ସେମାନଙ୍କୁ ଧମକ ଦିଆଯାଉଥିଲା । ସୁଟିଂ ପରେ ସବସ୍କ୍ରିପସନ୍ ଆଧାରରେ ଭିଡିଓକୁ ଅପଲୋଡ କରାଯାଉଥିଲା । ଏହି ଭିଡିଓ ଦେଖିବାକୁ ହେଲେ ପଇସା ମଧ୍ୟ ଦେବାକୁ ପଡୁଥିଲା ବୋଲି ଅଭିଯୋଗ ହୋଇଥିଲା ।

ତେବେ ଅଭିଯୋଗ ସାମ୍ଙ୍କୁ ଆସିବା ପରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା |

Related Posts