ରାଜସ୍ଥାନ ରାଜନୀତି: ସଚିନ ପାଇଲଟଙ୍କ ବିରୋଧରେ ବାହାରିଲା ଅସନ୍ତୋଷ ବିଧାୟକଙ୍କ ମୋର୍ଚ୍ଚା

ଜୟପୁର: ଚର୍ଚ୍ଚାରେ ରାଜସ୍ଥାନ ରାଜନୀତି । ଏବେ ଘୋର ରାଜନୈତିକ ସଂକଟ ସ୍ଥିତି ମଧ୍ୟରେ ଗତି କରୁଛି । ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମର୍ଥକ ବିଧାୟକ ସଚିନ ପାଇଲଟଙ୍କ ବିରୋଧରେ ଖୁଲମଖୁଲା ମୋର୍ଚ୍ଚା ବାହାର କରିଛନ୍ତି । ରାଜସ୍ଥାନର କ୍ଷମତା ସଚିନ ପାଇଲଟଙ୍କ ହାତକୁ ଦେବା ପାଇଁ ଖୋଲା ବିରୋଧ କରିଛନ୍ତି ।

କଂଗ୍ରେସ ଶୀର୍ଷ ନେତୃତ୍ୱ ଉପରେ ଚାପ ପକାଇବା ପାଇଁ ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଗେହଲଟ ଗୋଷ୍ଠୀର ସବୁ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ନିଜର ଇସ୍ତଫା ଦେଇଛନ୍ତି ।

ରାଜସ୍ଥାନ ସରକାରରେ ମନ୍ତ୍ରୀ ତଥା ଗେହଲଟଙ୍କ ଘନିଷ୍ଠ ପ୍ରତାପ ସିଂ କହିଛନ୍ତି, ସବୁ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ଏବଂ ଇସ୍ତଫା ଦେଇଛନ୍ତି । ଏଥିପାଇଁ ଆମେ ଅଧ୍ୟକ୍ଷଙ୍କୁ ଭେଟିଛୁ । ସିଏମ ଅଶୋକ ଗେହଲଟ ବିନା ଆଲୋଚନାରେ କିପରି ଏହି ନିଷ୍ପତ୍ତି ନେଲେ ବୋଲି ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି ।

ମୋଟ ୯୨ ବିଧାୟକ ଇସ୍ତଫା ଦେବେ ବୋଲି ପ୍ରତାପ ସିଂ ଦାବି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୨ ଜଣ ଇସ୍ତଫା ଦେଇଥିବା ଜଣାପଡିଛି ।

Related Posts