ଏବେବି ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ, ଧୀରେ ଧୀରେ ଆସୁଛି ସ୍ବାସ୍ଥ୍ୟାବସ୍ଥାରେ ସୁଧାର: ଭାଇ ଦୀପୁ ଶ୍ରୀବାସ୍ତବ

ମୁମ୍ଵାଇ : ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ସଂମ୍ପର୍କରେ ସୂଚନା ଦେଇଛନ୍ତି ଭାଇ ଦୀପୁ ଶ୍ରୀବାସ୍ତବ । ହୃଦଘାତର ଶିକାର ହେବା ପରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ, ଘନିଷ୍ଠ ବନ୍ଧୁଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପଡେଟ୍ ଦେଇଛନ୍ତି । ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ତାହା ମଧ୍ୟ ଜଣାଇଛନ୍ତି। ରାଜୁ ଶ୍ରୀବାସ୍ତବ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ପରିବାର AIIMS ରେ ତାଙ୍କର ଚିକିତ୍ସା ଜାରି ରଖିବାକୁ ଚାହୁଁଛନ୍ତି। ଯେଉଁଠାରେ ତାଙ୍କୁ ଅଗଷ୍ଟ ୧୦ରେ ଭର୍ତ୍ତି କରାଯାଇଥିଲା। ସେହି ଦିନ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇରୁ ଦିପୁ ଶ୍ରୀବାସ୍ତବ କହିଛନ୍ତି, ଦିପୁ ଶ୍ରୀବାସ୍ତବ କହିଛନ୍ତି ଯେ ତାଙ୍କ ବଡ଼ ଭାଇ ଭେଣ୍ଟିଲେଟରରେ ଅଛନ୍ତି ।ସୁସ୍ଥ ଥାଇ ବି ଚେତାଶୂନ୍ୟ ଅଛନ୍ତି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଶୀଘ୍ର ଭଲ ହୋଇଯିବେ।

ଯେତେବେଳେ ଦିପୁ ଶ୍ରୀବାସ୍ତବଙ୍କୁ ପଚରାଯାଇଥିଲା ଯେ ପରିବାର ହାସ୍ୟ ଅଭିନେତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି କି, ସେ କହିଛନ୍ତି ନା, ବର୍ତ୍ତମାନ ପର୍ଯ୍ୟନ୍ତ ସେପରି ଯୋଜନା ନାହିଁ। ସେ କୁହନ୍ତି, “ତାଙ୍କୁ AIIMS ରେ ଚିକିତ୍ସା କରାଯିବ ଏବଂ ସୁସ୍ଥ ହେବା ପରେ ଆମେ ତାଙ୍କୁ ଘରକୁ ନେଇଯିବୁ। ଡାକ୍ତରମାନଙ୍କ ଉପରେ ଆମର ବିଶ୍ୱାସ ଅଛି । କାହିଁକି ନା ଡାକ୍ତରମାନେ ତାଙ୍କର ସବୁ ପ୍ରକାରର ଚେଷ୍ଟା କରିଛନ୍ତି ।

Related Posts