ରାଜ୍ୟସଭା ନିର୍ବାଚନ: ଆଜିଠୁ ଆରମ୍ଭ ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା | ତେବେ ଆଜିଠୁ ଆରମ୍ଭ ହୋଇ ମେ’ ୩୧ ତାରିଖ ଯାଏ ଜାରି ରହିବ ଏହି ପକ୍ରିୟା । ଓଡ଼ିଶାର ଖାଲିଥିବା ୩ଟି ସିଟ୍ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା। ତେଣୁ ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି। ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟ ସଭା ପଠାଇବ ବୋଲି ଆଶା ରଖିଛନ୍ତି ବିଧାୟିକା ଉଷା ଦେବୀ।

ବିଧାୟିକା ଉଷା ଦେବୀ କହିଛନ୍ତି, ସବୁଥର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛନ୍ତି। ଏଥର ବି ସେ ଦେବେ। ୩ଜଣ ମହିଳା ରାଜ୍ୟ ସଭାକୁ ଗଲେ ଭଲ |

ମହିଳା ଚେହେରାକୁ ସାମନାକୁ ଆଣି ମାଷ୍ଟରଷ୍ଟ୍ରୋକ ଖେଳିବେ ନବୀନ, ତାହା ମଧ୍ୟ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଆସିଛି ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କ ପ୍ରତିକ୍ରିୟା ।

କହିଛନ୍ତି, ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ। ସଠିକ ସମୟରେ ପାର୍ଥି ଚୟନ ସହ ନାମାଙ୍କନ ଭରିବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପାର୍ଥୀ ଚୟନ କ୍ଷମତା ରହିଛି।

Related Posts