ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବାସୀଙ୍କୁ ବଡ଼ ଉପହାର: ୩ ଦିନ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ବସ୍ ରେ ମାଗଣାରେ ଯାତ୍ରା !

ନୂଆଦିଲ୍ଲୀ: ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଦିଲ୍ଲୀର ବାସିନ୍ଦାମାନଙ୍କ ପାଇଁ ବଡ଼ ଘୋଷଣା କରିବେ । ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଆସନ୍ତାକାଲି ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫୦ଟି ଇଲେକ୍ଟ୍ରିକ ବସକୁ ସବୁଜ ସଙ୍କେତ ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରାଇବେ।

ଏଏନଆଇ ଅନୁସାରେ କେଜରିୱାଲଙ୍କ ଦ୍ୱାରା ସବୁଜ ସଙ୍କେତ ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିବା ୧୫୦ଟି ଇଲେକ୍ଟ୍ରିକ ବସରେ ଦିଲ୍ଲୀବାସୀମାନେ ଏବେ ୩ ଦିନ ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଏହା ସହିତ ପ୍ରଦୂଷଣ ମୁକ୍ତ ପରିବହନକୁ ପ୍ରୋତ୍ସାହନ ଦେବାରେ ଦିଲ୍ଲୀ ସରକାରଙ୍କ ଏହା ଆଉ ଏକ ପଦକ୍ଷେପ ହେବ ।

Related Posts