ରାକେଶ ଟିିକାୟତଙ୍କ ବଡ ବୟାନ ! ଅଗଷ୍ଟ ୧୫ରେ ଦିଲ୍ଲୀରେ ନୁହେଁ ବରଂ ଦିଲ୍ଲୀ ଠାରୁ ବହୁଦୂରରେ ପତାକା ଉତ୍ତୋଳନ କରିବେ

rakesh tikayat

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ ଆଇନ ବିରୁଦ୍ଧରେ ସାରା ଦେଶରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ଏପରିସ୍ଥିତିରେ ଭାରତୀୟ କୃଷି ସଂଘର ନେତା ରାକେଶ ଟିକାୟତ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କୃଷକଙ୍କ ସହିତ ସମସ୍ତ ବର୍ଗର ଲୋକ ଯୋଡି ହେବାରେ ଲାଗିଛନ୍ତି । ଏବଂ ଏହା ହେଉଛି ଆଭ୍ୟନ୍ତରୀଣ ବିଷୟ ବୋଲି ଟିକାୟତ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଉତ୍ତରପ୍ରଦେଶ ଫାଟକରେ କୃଷକମାନଙ୍କୁ ସମ୍ବୋଧିତ କରି ରାକେଶ ଟୀକାୟତ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୧୫ର ପତାକା ଉତ୍ତୋଳନକୁ ଦିଲ୍ଲୀରେ କରାନଯାଇ, ହିମାଳୟରେ କରାଯିବ । ଏହା ସହ ସେ ଦିଲ୍ଲୀର କିଛି ଗାଁକୁ ଯାଇ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଯେଉଁ ଗାଁ ମାନଙ୍କରେ ଆଜି ପର୍ଯ୍ୟନ୍ତ କୌଣସି ସରକାରଙ୍କ ପ୍ରତିନିଧି ପହଞ୍ଚି ନାହିଁ ବୋଲି ଟିକାୟତ କହିଛନ୍ତି ।

ଅନ୍ୟପଟେ ରାକେଶ ଟିକାୟତ ଦେଶର କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ ଏହି ସ୍ୱାଧୀନତା ଦିବସରେ କୃଷକମାନେ ନିଜ ଘରର ଛାତ ଉପରେ, ସେମାନଙ୍କ ଗାଡି ଉପରେ ଏବଂ ୟୁପି ଗେଟର ରହୁଥିବା କୃଷକମାନେ ତାଙ୍କ ଅସ୍ଥାୟୀ ରହିବା ସ୍ଥାନ ମାନଙ୍କରେ ପତାକା ଉତ୍ତୋଳନ କରିବାକୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କିଛି କୃଷକ ସଂଗଠନ ଦିଲ୍ଲୀ ଭିତରେ ପତାକା ଉତ୍ତୋଳନ କରିବାକୁ ଜିଦ ଧରିଥିଲେ । କିନ୍ତ୍‌ୁ ରାକେଶ ଟିକାଇଟଙ୍କ ଏହି ଘୋଷଣା ପରେ ଦିଲ୍ଲୀରେ ପତାକା ଉତ୍ତୋଳନର କଳ୍ପନାଜଳ୍ପନା ଶେଷ ହୋଇଯାଇଛି । ଏହା ସହ ରାକେଶ ଟିକାୟତ ଗତକାଲି ରାଜସ୍ଥାନର କୃଷକଙ୍କ ଏକ ପ୍ରତିନିଧି ଦଳଙ୍କୁ ଭେଟିଥିଲେ।

ଏଥିରେ ମହିଳା ଏବଂ ପୁରୁଷ ଅନ୍ତର୍ଭୁକ୍ତ ଥିଲେ। ସମସ୍ତେ ରାକେଶ ଟିକାୟତଙ୍କୁ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ ଏବଂ ଏହାର ସମାଧାନ ପାଇଁ ଦାବି କରିଥିଲେ। ଖାପ ପଞ୍ଚାୟତ ମଧ୍ୟଭାଗରେ ସମସ୍ତଙ୍କୁ ନ୍ୟାୟ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହି ସରକାର ଚୁପ୍ ବସିଛନ୍ତି । କିନ୍ତୁ ଏହାର ନିରବତାକୁ ବୁଝିବାକୁ ହେବ ବୋଲି ରାକେଶ ଟିକାୟତ କହିଛନ୍ତି ।

Related Posts