ପରଲୋକରେ ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ପରଲୋକରେ ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ। ତାଙ୍କର ଗତକାଲି ମଧ୍ୟରାତ୍ରିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରାଣୀଙ୍କ ଦେହାନ୍ତ ହୋଇଛି ।

ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେବାରେ ଲାଗିଛି । ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର । ତେବେ ରାମକୃଷ୍ଣ ଦେଓ ମାତ୍ର ଦୁଇଦିନ ପାଇଁ ଜୟପୁରରର ରାଜାପଦରେ ଅଭିଷିକ୍ତ ଥିଲେ ।

ରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି । ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ମଧ୍ୟ ଥିଲେ ।

Related Posts