ମହିଳାମାନଙ୍କର ପୋଷାକ ହେତୁ ବଳତ୍କାର ବୃଦ୍ଧି ପାଉଛି; ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ପରେ ଏପରି କହିଲେ କର୍ଣ୍ଣାଟକର ବିଜେପି ବିଧାୟକ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଏହି ପ୍ରସଙ୍ଗରେ ରାଜନୈତିକ ଦଳମାନେ ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଏ ଏହା ସପକ୍ଷରେ ବୟାନ ଦେଉଥିବାବେଳେ ଆଉ କିଏ ଏହାକୁ କଡ଼ା ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କର୍ଣ୍ଣାଟକ ହିଜାବ ପ୍ରସଙ୍ଗରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ଦେଇଥିଲେ । ତେବେ ବିକିନି ହେଉ, ସାଢ଼ି ହେଉ, ଜିନ୍ସ ହେଉ, ହିଜାବ ହେଉ, ମହିଳାମାନେ କଣ ପିନ୍ଧିବେ ତାହା ତାଙ୍କର ନିଷ୍ପତ୍ତି । ଏବଂ ଏହା ହେଉଛି ତାଙ୍କ ଅଧିକାର ବୋଲି କହିଥିଲେ । ବାସ ଏହା ପରେ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ଅନେକ ଲୋକ ତାଙ୍କର ଏପରି ବୟାନରେ ତାଙ୍କୁ ସମାଲୋଚନା ମଧ୍ୟ କରିବାରେ ଲାଗିଛନ୍ତି । ହେଲେ ବର୍ତ୍ତମାନ କର୍ଣ୍ଣାଟକର ବିଜେପି ବିଧାୟକ ରେଣୁକାଚାର୍ଯ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଏପରି ବୟାନରେ କଡ଼ା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହା ଏକ ନିମ୍ନ ସ୍ତରର ବକ୍ତବ୍ୟ । ‘ବିକିନି’ ଭଳି ଶବ୍ଦ ବ୍ୟବହାର କରିବା ଉଚିତ ନୁହଁ ।

କଲେଜରେ ପଢ଼ୁଥିବାବେଳେ ପିଲାମାନେ ସମ୍ପୂର୍ଣ୍ଣ ପୋଷାକ ପିନ୍ଧିବା ଉଚିତ୍ । ମହିଳାଙ୍କ ପୋଷାକ ହେତୁ ଆଜି ବଳତ୍କାର ବୃଦ୍ଧି ପାଉଛି। ଏହା ଠିକ୍ ନୁହେଁ। ଆମ ଦେଶରେ ମହିଳାମାନଙ୍କର ସମ୍ମାନ ରହିଛି ବୋଲି ବିଜେପି ବିଧାୟକ କହିଛନ୍ତି । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ଜଣେ ମହିଳା ଯାହା ଚାହାଁନ୍ତି ତାହା ପିନ୍ଧିବାର ଅଧିକାର ଭାରତର ସମ୍ବିଧାନ ଦ୍ୱାରା ନିଶ୍ଚିତ ହୋଇଛି। ଏହି ଅଧିକାର ଭାରତୀୟ ସମ୍ବିଧାନ ଦ୍ୱାରା ନିଶ୍ଚିତ ହୋଇଛି। ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କର ବୋଲି ସେ ଟ୍ୱିଟ କରି ଲେଖିଥିଲେ । ଏ ଖବର ସାମ୍ନାକୁ ଆସିବା ଏହା ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଜେପି ବିଧାୟକଙ୍କ ପୂର୍ବରୁ କର୍ଣ୍ଣାଟକର ଶକ୍ତି ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ହିନ୍ଦୁମାନଙ୍କୁ ହିଜାବ ପିନ୍ଧିବାକୁ ଏକ ଆଇନ ପ୍ରସ୍ତୁତ କରିବ। ସେପଟେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଉଦୁପି ସହରରେ ଥିବା ଏକ ସରକାରୀ ପ୍ରି-ୟୁନିଭରସିଟି କଲେଜର ପରିଚାଳନା ସମିତି ୬ ଟି ମୁସଲମାନ ବାଳିକାଙ୍କୁ ହିଜାବ ପିନ୍ଧି କ୍ଲାସରେ ଯୋଗଦେବାକୁ ବାରଣ କରିବା ପରେ କର୍ଣ୍ଣାଟକ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

Related Posts