ବେଙ୍ଗାଲୁରୁ ଉପକଣ୍ଠ ଇଜଲେଟନ ରିଜର୍ଟରେ ଚାଞ୍ଚଲ୍ୟ: ଘର ଭିତରୁ ଭାରତୀୟ ବାୟୁସେନାର ଜଣେ ପୂର୍ବତନ ପାଇଲଟ ଓ ତାଙ୍କ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଇଜଲେଟନ ରିଜର୍ଟରେ ଚାଞ୍ଚଲ୍ୟ | ଭାରତୀୟ ବାୟୁସେନାର ଜଣେ ପୂର୍ବତନ ପାଇଲଟ ଓ ତାଙ୍କ ପତ୍ନୀଙ୍କ ମୃତ ଦେହ ଉଦ୍ଧାର ହୋଇଛି | ତାଙ୍କୁ କିଏ ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡିଛି |

ଏଥିସହ ଦମ୍ପତିଙ୍କ ଘରେ କାମ କରୁଥିବା ଯୋଗେନ୍ଦ୍ର ସିଂହ ଫେରାର ହୋଇ ଯାଇଥିବାରୁ ପୁଲିସ୍‌ ତା’କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେ ହିଁ ଏହି ହତ୍ୟାକାଣ୍ଡ ପଛରେ ଥିବା ସନ୍ଦେହ କରାଯାଉଛି।

ପୂର୍ବତନ ପାଇଲଟ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ରଘୁରାଜନ। ସେ ତାଙ୍କ ୬୩ ବର୍ଷୀୟ ପତ୍ନୀ ଆଶାଙ୍କ ସହ ଏଠାରେ ରହୁଥିଲେ। ଉଭୟ ଘର ଚେନ୍ନାଇରେ। ସେମାନଙ୍କର ଦୁଇ ପୁଅ ଦିଲ୍ଲୀର ଘରୋଇ କମ୍ପାନୀରେ କାମ କରନ୍ତି।

ଘଟଣାର ଦିନକ ପରେ ଦୁଇ ପୁଅ ରଘୁରାଜନ ଓ ଆଶାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେମାନେ ଉଠାଇ ନଥିଲେ। ଏହି କାରଣରୁ ସେମାନେ ଭିଲ୍ଲାର ସିକ୍ୟୁରିଟି ଗାର୍ଡଙ୍କୁ ଫୋନ କରି ବାପା ମା’ଙ୍କ ଖବର ନେବାକୁ କହିଥିଲେ। ସିକ୍ୟୁରିଟି ଗାର୍ଡ ଖବର ପାଇ ଭିଲ୍ଲା ମଧ୍ୟକୁ ଯାଇଥିଲେ।

ହେଲେ ଏହି ସମୟରେ ଦମ୍ପତିଙ୍କ କୁକୁରର ଯତ୍ନ ନେଉଥିବା ଯୋଗେନ୍ଦ୍ର ସିଂହ ରଘୁରାଜନ ଓ ଆଶା ଦେବୀ ସକାଳୁ ବେଙ୍ଗାଲୁରୁ ଯାଇଥିବା ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲା। ଏକଥା ସିକ୍ୟୁରିଟି ଗାର୍ଡ ଦୁଇ ପୁଅଙ୍କୁ ଜଣାଇଥିଲେ। ହେଲେ ସେମାନେ ଯୋଗେନ୍ଦ୍ରର କଥାରେ ବିଶ୍ୱାସ ନ କରି ସିକ୍ୟୁରିଟି ଗାର୍ଡଙ୍କୁ ଭିଲ୍ଲା ଭିତରେ ଯାଞ୍ଚ କରିବାକୁ କହିଥିଲେ।

ସିକ୍ୟୁରିଟି ଗାର୍ଡ ଘର ଭିତରେ ପ୍ରବେଶ କରିବା ପରେ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଯୋଗେନ୍ଦ୍ର ଓ ଅନ୍ୟ ଦୁର୍ବୃତ୍ତମାନେ ରାଘୁରାଜନ ଓ ତାଙ୍କ ପତ୍ନୀ ନିଦରେ ଶୋଇଥିବା ବେଳେ ହାତୁଡ଼ିରେ ସେମାନଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଯୋଗେନ୍ଦ୍ର ସହ ଭିଲ୍ଲାରେ ଆଉ ଜଣେ ବ୍ୟକ୍ତିକୁ ଦେଖିଥିବା ସିକ୍ୟୁରିଟି ଗାର୍ଡ ପୁଲିସ୍‌କୁ କହିଛନ୍ତି।

Related Posts