କଂଗ୍ରେସ ଛାଡିଲେ ରାୟଗଡା ଜିଲ୍ଲା ସଭାପତି ବିଜୟ ଗମାଙ୍ଗୋ

ଭୁବନେଶ୍ୱର,୦୬/୫(ସତ୍ୟପାଠ ବ୍ୟୁରୋ):    ରାୟଗଡା ଜିଲା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳ ଛାଡିଲେ ରାୟଗଡା ଜିଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତାଙ୍କୁ କୈଫିୟତ ତଲବ କରିଥିଲେ। ବହୁଥର ପିସିସି ଓ ଜିଲାସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମର ସୂଚନା ଦେଉ ନ ଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜୟ ଗମାଙ୍ଗୋ।

ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଦଳ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଅସନ୍ତୋଷ ହୋଇ ଯୁବ କଂଗ୍ରେସ ବ୍ଲକ ସଭାପତି, ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା, ପିସିସି ସଦସ୍ୟ ଦଳ ଛାଡ଼ିଥିଲେ।

Related Posts