ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଲା ରାୟଗଡ଼ା ପୋଲିସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ। ଆଜି ସକାଳୁ ରାୟଗଡ଼ା ପୋଲିସ ତାଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, ମେଧା ପାଟେକର ଆଜି ରାୟଗଡ଼ା ଜିଲ୍ଲା କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିବା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତା। ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ରାୟଗଡ଼ା ଷ୍ଟେସନ ରେ ହିଁ ପୁଲିସ ତାଙ୍କୁ ଅଟକ ରଖିଥିଲା।

ତେବେ କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ମେଧା ପାଟେକର ଙ୍କ କାର୍ଯ୍ୟକ୍ରମ ହେବାର ଥିଲା | ହେଲେ କାର୍ଯ୍ୟକ୍ରମ ପୂର୍ବରୁ ଗତକାଲି ପୋଲିସ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା | ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମା ମାଟି ମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା। ଏହି କାର୍ଯ୍ୟକ୍ରମରେ ମେଧା ପାଟେକରଙ୍କ ସମେତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନ ସମ୍ବନୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ସ୍ଥଳକୁ ମେଧା ପାଟେକରଙ୍କୁ ପୋଲିସ ଯିବାକୁ ଦେଇନାହିଁ | ଏବେ ତାଙ୍କୁ ରାୟଗଡା ଜିଲ୍ଲାରୁ ବ୍ରହ୍ମପୁର ପଠାଇ ଦିଆଯାଇଥିବା ସୂଚନା ମିଳୁଛି | ତେବେ ମେଧା ପାଟେକରଙ୍କ ଅଟକ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Posts