ଆରବିଆଇ ପକ୍ଷରୁ ନଭେମ୍ଵର ମାସ ପାଇଁ ଛୁଟି ତାଲିକା ଜାରି: ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଳୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା (ଆରବିଆଇ) ନଭେମ୍ଵର’ ମାସ ୨୦୨୨ର ଛୁଟି ତାଲିକା ଜାରି କରିଛି । ମାସ ମଧ୍ୟରେ ମୋଟ ୧୦ ଦିନ ବ୍ୟାଙ୍କ୍ ଛୁଟି ରହିବ। ତେବେ ଆପଣ ନିଶ୍ଚିତ ଭାବରେ ଛୁଟିଦିନର ତାଲିକା ଯାଞ୍ଚ କରିବା ଉଚିତ୍ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଗୁଡିକରେ ଛୁଟିଦିନ ସ୍ଥିର କରେ। କେନ୍ଦ୍ରୀୟ ବ୍ୟାଙ୍କ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟିଦିନର ଏକ ତାଲିକା ପ୍ରସ୍ତୁତ କରେ । ଏଠାରେ ଜାଣିବା ଜରୁରୀ ଯେ ନଭେମ୍ବର, ୨୦୨୨ରେ ଅର୍ଥାତ୍‌ ଆସନ୍ତା ମାସରେ ପୁରା ଦେଶରେ ୧୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ନାହିଁ।କାହିଁକି ନା ଏହି ଛୁଟି ଦିନଗୁଡ଼ିକ ମଧ୍ୟରୁ ଅନେକ ଜାତୀୟ ଅଟେ। ଏହି ସମୟରେ, କିଛି ଛୁଟି ସ୍ଥାନୀୟ କିମ୍ବା ଆଞ୍ଚଳିକ ସ୍ତରର ଅଟେ । ସେହି ଦିନଗୁଡ଼ିକରେ କେବଳ ସଂଯୁକ୍ତ ରାଜ୍ୟ ଗୁଡ଼ିକରେ ବ୍ୟାଙ୍କ ଶାଖା ବନ୍ଦ ରହିବ।

୧ ନଭେମ୍ଵର- କନ୍ନଡ ରାଜ୍ୟୋତ୍ସବ ଏବଂ କୁଟ୍‌ କାରଣରୁ ବେଙ୍ଗାଲୁରୁ ଓ ଇମ୍ଫାଲ୍‌ରେ ବ୍ୟାଙ୍କୁ ଛୁଟି ଦିଆଯାଏ।

୬ ନଭେମ୍ଵର- ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ

୮ ନଭେମ୍ବର- ଗୁରୁନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ରହାସ ପୂର୍ଣ୍ଣିମା ଏବଂ ବଙ୍ଗଳା ଫେଷ୍ଟିଭାଲ୍‌ ପାଳନ କରାଯାଏ।

୧୧ ନଭେମ୍ଵର- କନକଦାସ୍ ଜୟନ୍ତୀ ଯୋଗୁଁ ବେଙ୍ଗାଲୁରୁ, ସିଲଙ୍ଗରେ ବ୍ୟାଙ୍କ ବନ୍ଦ

୧୨ ନଭେମ୍ଵର- ମାସର ଦ୍ବିତୀୟ ଶନିବାର

୧୩ ନଭେମ୍ଵର- ରବିବାର

୨୦ ନଭେମ୍ଵର- ରବିବାର

୨୩ ନଭେମ୍ଵର– ସେଙ୍ଗ କୃଟ୍ସନେମ୍‌ ପର୍ବ ସିଲଙ୍ଗରେ ବନ୍ଦ ରହିବ ବ୍ୟାଙ୍କ

୨୬ ନଭେମ୍ଵର- ମାସର ଚତୁର୍ଥ ଶନିବାର

୨୭ ନଭେମ୍ଵର- ରବିବାର

Related Posts