ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଉଣୀର କଙ୍କାଳକୁ ଭାଇ ଜିତୁ ମୁଣ୍ଡା ବ୍ୟାଙ୍କକୁ ଆଣିବା ଘଟଣାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ପ୍ରାଥମିକ ଅନୁସନ୍ଧାନାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆରଡିସି । ପ୍ରାଥମିକସ୍ତରରେ ଜଣାପଡୁଛି କି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବହେଳା ରହିଛି ବୋଲି ଆରଡିସି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି ।

ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି। ଯାହା ଘଟିଲା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି । ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି । ଫେବ୍ରୁଆରୀରେ କଲରା ମୁଣ୍ଡାଙ୍କ ମୃତ୍ୟୁ ସତ୍ତ୍ବେ କାହିଁକି ସାର୍ଟିଫିକେଟ୍ ମିଳିନଥିଲା । ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି । ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଏକ ଭୁଲ ବୋଲି କହିଛନ୍ତି ।