ପୁଲିସ ଉପରକୁ ଗାଡ଼ି ଚଢ଼ାଇଦେଲେ ଚିଲ୍ଲିକା ବିଧାୟକ; ଉତ୍ୟକ୍ତ ହୋଇ ଭୟଙ୍କର ପିଟିଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲ୍ଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଲିସ ଉପରକୁ ନିଜ ଗାଡ଼ି ଚଙ୍ଘ଼ାଇ ଦେଇଥିବାର ଖବର ସାମ୍ନାକୁ ଆସିଛି । ଏହା ସହ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ପୁଲିସ କର୍ମଚାରୀ ସମେତ ୫ ଜଣ ସାଧାଣର ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଏହାକୁ ଦେଖି ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଚିଲ୍ଲିକା ବିଧାୟକଙ୍କୁ ଭୟଙ୍କର ପିଟିଥିବାର ସୂଚନା ମିଳିଛି । ଲୋକଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଧାୟକ ଗାଡ଼ି ନେଇ ଭିଡ଼ ଭିତରକୁ ହଠାତ୍ ପଶିଯାଇଥିଲେ। ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ୨ ପୁଲିସ କର୍ମଚାରୀ ସମେତ ୫ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ ତଳେ ପଡ଼ିଯାଇଥିଲେ। ବିଧାୟକଙ୍କୁ ସମର୍ଥକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉତ୍ତ୍ୟକ୍ତ ଲୋକେମାନେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।

Related Posts