ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି । ତେବେ ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକରେ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ । ସେପଟେ ଜିଲ୍ଲା ଭିତ୍ତିକ ଖାଲି ଥିବା ପଦବୀ ସଂଖ୍ୟା ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ସହ ମହିଳା, ଦିବ୍ୟାଙ୍ଗ, ଏକ୍ସ ସର୍ଭିସମ୍ଯାନ୍ ଏବଂ କ୍ରୀଡ଼ାବିତଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ନିମନ୍ତେ ଏହି ଚିଠିରେ ଉଲ୍ଲେଖ ଅଛି l
