କଳାହାଣ୍ଡି ସୀମାନ୍ତ ଟିକରବାଜୁ ଗାଁରେ ଲାଲ୍‌ ବାହିନୀର ନାରକୀୟ କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତ ଟିକରବାଜୁ ଗାଁରେ ଲାଲ୍‌ ବାହିନୀର ନାରକୀୟ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ଲାଲ୍‌ ବାହିନୀ।

କିଛିଦିନ ତଳେ ସୁଡ୍ରା ଅଞ୍ଚଳରେ ପୋଲିସ ଗୁଳିରେ ମୃତ ମାଓବାଦୀ ପୋଏମ ପାଣ୍ଡ ଓରଫ ସାବିତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ପୋଲିସ ଇନଫର୍ମର ସନ୍ଦେହରେ ନୀଳକଣ୍ଠକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ନୀଳକଣ୍ଠଙ୍କ ମୃତଦେହ ନିକଟରେ ପୋଲିସ ସୂଚନା ଦାତାଙ୍କୁ ମଧ୍ୟ ଚେତାବନୀ ଦିଆଯାଇ ଥିବା ସୂଚନା ମିଳିଛି l

ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି l

Related Posts