ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାକୁ ଲାଗିଚି । ଗତ କିଛି ଦିନ ହେବ ସଂକ୍ରମଣ ପୁଣି ଥରେ ବଢ଼ିବାକୁ ଲାଗିଛି। ଏହାକୁ ନଜରରେ ରଖି ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ବୁଷ୍ଟର ଡୋଜ ନେବାର ବ୍ୟବଧାନକୁ ହ୍ରାସ କରଯାଇଛି । ପୂର୍ବରୁ କରୋନା ଟିକାର ଦ୍ବିତୀୟ ଡୋଜ ନେବାର ୯ମାସ ପରେ ବୁଷ୍ଟର ଡୋଜ ନେଉଥିଲେ ଲୋକେ। ହେଲେ ଏବେ ସଂକ୍ରମଣ ବଢ଼ିବାରୁ ଏହାକୁ ୬ମାସକୁ ହ୍ରାସ କରାଯାଇଛି। ଏହାପୂର୍ବରୁ, ୯ମାସ କିମ୍ବା ୩୯ସପ୍ତାହ ବ୍ୟବଧାନ ପରେ କରୋନା ଟିକାର ବୁଷ୍ଟର ଡୋଜ ଦିଆଯାଇଥିଲା।
ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ସଂସ୍ଥା ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଦ୍ବିତୀୟ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ।
ତେବେ କିଛି ମାସର ବ୍ୟବଧାନ ପରେ ଏବେ ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଏବେ ଦେଶର ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୨୬% ଥିବା ବେଳେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ହାର ୯୮.୫୩% ରହିଛି। ସେହିପରି ଦୈନିକ ପଜିଟିଭିଟି ହାର ୩.୫୬% ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୩.୮୪% ରେକର୍ଡ କରାଯାଇଛି।
