୧୩ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୩ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି । ରାଜ୍ୟ ନିର୍ବାଚନ କମିଶନରେ ସ୍ୱତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ୍ ରଘୁରାମ ଆର ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଳ ବଦଳି କରାଯାଇଛି । ତାଙ୍କୁ ଏସସିଇଆରଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ଶ୍ରୀ ଆୟରଙ୍କ ସମେତ ମୋଟ ୧୩ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(କେଭିଆଇ) ଭାବେ ବଦଳି ହୋଇଛି ।

ସେହିପରି ପାରାଦୀପ ମ୍ୟୁନିସପାଲଟିର କାର୍ୟ୍ୟନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ପାରାଦୀପ ମ୍ୟୁନିସପାଲଟିର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ କାର୍ୟ୍ୟ କରିବାକୁ କୁହାଯାଇଛି ।

Related Posts