ବିଧାନ ପରିଷଦ ନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମଏଲସି ପ୍ରାର୍ଥୀ ଘେଶଷଣା କରିଛି । ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣ ସ୍ୱାମୀ, ହେମଲତା ନାୟକ, ଏସ କେଶବ ପ୍ରସାଦ ଏବଂ ଲକ୍ଷ୍ମଣା ସଓଦୀ । ସେହିପରି ଶିକ୍ଷକ କୋଟାରୁ ବସବରାଜ ହୋରାଟ୍ଟୀଙ୍କୁ ଟିକେଟ ମିଳିଛି ।

ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ଦଳ ଟିକେଟ ଦେଇନାହିଁ । କର୍ଣ୍ଣାଟକରେ ଆସନ୍ତା ଜୁନ ୩ ତାରିଖରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜୟେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ । ଦଳ ବିଜୟେନ୍ଦ୍ରଙ୍କୁ ବିଧାନସଭା ଟିକେଟ ଦେବା ପାଇଁ ଚିନ୍ତା କରୁଛି । ତେଣୁ ଦଳ ବିଧାନ ପରିଷଦ ନିର୍ବାଚନ ପାଇଁ ୟେଦିଙ୍କ ପୁଅଙ୍କୁ ମୈଦାନକୁ ଛାଡ଼ିନାହିଁ ।

Related Posts