ଶବଙ୍କୁ ସମ୍ମାନ ଦିଅ : ରାଜ୍ୟ ଆଇନ ସେବା ପ୍ରାଧିକରଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମର ଶରୀର ଗୁଡିକର ଅସମ୍ମାନ ଭଳି ଘଟଣା ଗଣମାଧ୍ୟମରେ ଆସିବା ପରେ ପ୍ରସଙ୍ଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ଆଇନ ସେବା ପ୍ରାଧିକରଣ । କୋଭିଡ ରୋଗୀଙ୍କ ଆଡମିଶନ ଠାରୁ ଆରମ୍ଭ କରି ମୃତ ଦେହର ସତ୍କାର ପର୍ଯ୍ୟନ୍ତ ବ୍ୟବସ୍ଥିତ କରାଇବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ରାଜ୍ୟ ଆଇନ ସେବା ପ୍ରାଧିକରଣ । ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଆଡମିଶନର ସମୟରେ ସେମାନଙ୍କର ଫଟୋ , ପରିଚୟ ପତ୍ର, ସ୍ଥାୟ ଠିକଣା ଏବଂ ଟେଲିଫୋନ ନମ୍ୱର ଏବଂ ପରିବାର ଲୋକଙ୍କ ଯୋଗାଯୋଗ ଠିକଣା ଜିଲ୍ଲା ପ୍ରଶାସନ ରେକର୍ଡ ରଖିବେ । କେଉଁଠି ଓ କେଉଁ ସମୟରେ ରୋଗୀଙ୍କୁ ଆଡମିଟ କରାଗଲା ଜିଲ୍ଲା ପ୍ରଶାସନ ତଥ୍ୟ ରଖିବେ । ରୋଗୀଙ୍କ ମୃତ୍ୟୁ ହେଲେ , ମୃତ୍ୟୁ ସମୟ, ତାରିଖ ଓ ମୃତ୍ୟୁବରଣ କରିଥିବା ସ୍ଥାନ ସଂମ୍ପର୍କରେ ଜିଲ୍ଲା ପ୍ରଶାସନ ତଥ୍ୟ ରଖିବେ । ସେହିପରି ମୃତ ଦେହର ସତ୍କାର ସଂମ୍ପର୍କରେ ସମସ୍ତ ତଥ୍ୟ ସହ ସତ୍କାର ସମୟର ଫଟୋ ଏବଂ  ଭିଡିଓ ରଖାଯିବ । ଶବ ଗୁଡିକ ସଂମ୍ପୃର୍ଣ୍ଣ ଭାବେ ସତ୍କାର ହୋଇଥିବା ନେଇ ତଥ୍ୟ ରଖାଯିବ ।

ଶ୍ମଶାନ ଗୁଡିକରେ ସିସିଟିଭି ଲଗାଇବାର ଆବଶ୍ୟକତା ଏବଂ ସମ୍ଭାବନା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ଶବ ଶତ୍କାର ପରେ ଅସ୍ତି ବିସର୍ଜନ ପାଇଁ ଅସ୍ତି ଗ୍ରହଣ କରୁଥିବା ସଂମ୍ପର୍କୀୟଙ୍କ ସର୍ବିଶେଷ ତଥ୍ୟ ରଖିବ ଜିଲ୍ଲା ପ୍ରଶାସନ । ଅସ୍ତି ନେବା ଲାଗି କୌଣସି ଦାବିଦାର ନ ହେଲେ ଅସ୍ତି ଗୁଡିକୁ ମାଟି ପାତ୍ରରେ ତିନିମାସ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯିବ । ଏହାପରେ ସମ୍ମାନର ସହିତ ସେ ଗୁଡିକର ସତ୍କାର କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ଆଇନସେବା ପ୍ରାଧିକରଣ । ଆମ୍ବୁଲାନ୍ସରେ ଏକାଧିକ ଶବ ବୁହା ଯିବା ଘଟଣା ବାବଦରେ ଅବଗତ ଅଛନ୍ତି । ଏଥିପାଇଁ ଏହାର ତଦନ୍ତ କରି ରିର୍ପୋଟ ସି.ଏମ.ସି ସ୍ୱାସ୍ଥ୍ୟଅଧିକାରୀଙ୍କୁ କୁହାଯାଇଛି ବୋଲି ସି.ଏମ.ସି କମିଶନର ଅନ୍ୟାନା ଦାସ କହିଛନ୍ତି ।

Related Posts