ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ, କୋଟିଆ ଇଲେକ୍ସନ ବି ବେଆଇନ : ଆନ୍ଧ୍ର ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଆନ୍ଧ୍ର ସରକାରଙ୍କୁ ଆନ୍ଧ୍ର ହାଇକୋର୍ଟଙ୍କ ପକ୍ଷରୁ ଲାଗିଛି ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ବେଆଇନ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏହା ସହ ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନକୁ ବି ଅସିଦ୍ଧ ଘୋଷଣା କରିଛନ୍ତି । ଏଥର ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ବେଆଇନ ଘୋଷଣା କରିବା ସଙ୍ଗେ ସଙ୍ଗେ ନିୟମ ଅନୁସାରେ ପୁନଃ ନିର୍ବାଚନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏପ୍ରିଲ୍ ୬ ତାରିଖରେ ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଥିଲେ। କିନ୍ତୁ ଏହା ପରଦିନ ଡିଭିଜନ ବେଞ୍ଚ ସିଙ୍ଗିଲ୍ ବେଞ୍ଚ୍ ଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ କୋର୍ଟଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭୋଟ ଗଣତି କିମ୍ବା ଫଳାଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ନ୍ୟାୟାଳୟ କହିଥିଲେ। କିନ୍ତୁ ଆନ୍ଧ୍ର ସରକାର ଅତି କମ୍ ରେ ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟଙ୍କ ଦ୍ଵାରାସ୍ତ ହୋଇଥିଲେ ।

Related Posts