କଶ୍ମୀରୀ ପଣ୍ଡିତମାନଙ୍କୁ ଯଦି ରକ୍ଷା କରିବା ପାଇଁ ଚାହୁଛନ୍ତି ତେବେ ଫିଲ୍ମ କଶ୍ମୀର ଫାଇଲ୍ସ ଉପରେ ପ୍ରତିବନ୍ଧକ ଲଗାନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରୀ ରେ ଏବେ ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ନିକଟରେ କାଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ମୃତ୍ୟୁ କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ସେପଟେ ଏହାରି ମଧ୍ୟରେ ଏହି ହତ୍ୟା ଘଟଣାକୁ ଫିଲ୍ମ କଶ୍ମୀର ଫାଇଲ୍ସ ସହିତ ଯୋଡି ଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା।

ଗୁରୁବାର ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍‌ ଭଟ୍ଟଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀ ଗୋଷ୍ଠୀ ‘କାଶ୍ମୀର ଟାଇଗର୍ସ’ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ତେବେ ଏହି ଘଟଣା ପରେ କଶ୍ମୀରୀ ପଣ୍ଡିତ ନିଜ ଜୀବନ ବଞ୍ଚାଇବା ପାଇଁ ଗୁହାରି କରୁଥିବା ବେଳେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏଭଳି ବିବାଦୀୟ ବୟାନ ଦେଇଛନ୍ତି।

ସେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ଫିଲ୍ମ କଶ୍ମୀର ଫାଇଲ୍ସ ସହିତ ଯୋଡିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯଦି କଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ସରକାର ଫିଲ୍ମ କଶ୍ମୀର ଫାଇଲ୍ସ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍। ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଫିଲ୍ମ କଶ୍ମୀର ଫାଇଲ୍ସ ରିଲିଜ୍ ପରେ ସେଥିରେ ଦେଖାଯାଇଥିବା ଘଟଣା ସତ କି ବୋଲି ମୁଁ ସରକାରଙ୍କୁ ପଚାରିଥିଲି। ଜଣେ ମୁସଲମାନ ପ୍ରଥମେ ଜଣେ ହିନ୍ଦୁଙ୍କୁ ହତ୍ୟା କରିବ, ତା’ପରେ ରକ୍ତ ମିଶା ଚାଉଳକୁ ତାଙ୍କ ପତ୍ନୀଙ୍କୁ ଖାଇବାକୁ ବାଧ୍ୟ କରିବ, ଏଭଳି ସମ୍ଭବ କି? ଆମେ ଏତେ ତଳକୁ ଖସିଯାଇପାରୁ କି? କଶ୍ମୀର ଫାଇଲ୍ସ ଏକ ଭିତ୍ତିହୀନ ଚଳଚ୍ଚିତ୍ର ଯାହା କେବଳ ଦେଶରେ ଘୃଣା ସୃଷ୍ଟି କରିଛି।

ଫିଲ୍ମ ରିଲିଜ୍ ପରେ ଦେଶରେ ମୁସଲମାନମାନଙ୍କ ପ୍ରତି ଘୃଣା ବଢ଼ିଛି। ଏହି ଫିଲ୍ମ ପାଇଁ କଶ୍ମୀରରେ ମୁସଲମାନ ଯୁବକମାନଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଛି । ଯେଉଁଥି ପାଇଁ ଏହି ଘଟଣା ଘଟିଛି । ଆଗକୁ ମଧ୍ୟ ଏପରି ଘଟଣା ନ ଘଟିବ ବୋଲି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

Related Posts