ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପାଞ୍ଚ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପାଞ୍ଚ ଜଣିଆ ପ୍ରତିନିଧି ଦଳ । ତେବେ କିଛି ସରକାରୀ କର୍ମକର୍ତ୍ତା ମାନେ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି । ତାଙ୍କରି ସପକ୍ଷରେ ଜନସାଧାରଣ ମାନଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଶାସକ ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କ ସାହାର‌୍ୟ୍ୟ ନେଉଛନ୍ତି ଏହା କେତେ ଦୂର ଠିକ ।ଏମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଆମେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମଧ୍ୟ ବହୁ ବାର ଆମେ ନିର୍ବାଚନ କମିଶନରଙ୍କୁ ଭେଟିଥିଲୁ । କିନ୍ତୁ କିଛି ଲାଭ ହେଲା ନାହିଁ ।ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ,ସିବିକେ ,ଜିଆରଏସ ଓ ପଞ୍ଚାୟତ କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବେ ବୋଲି ଚିଠି ହୋଇଛି ।

ସ୍ୱଚ୍ଛ ,ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି । ସେଠି ଯେଉଁ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଜନକ ତାଙ୍କରି ହାତରେ ହିଁ ଏହି ସଚେତନ ଦାୟିତ୍ୱ ନ୍ୟସ୍ତ କରାଯାଉଛି ।ଏ କଥା କେତେ ଦୂର ନିରପେକ୍ଷ ବୋଲି ପ୍ରଶ୍ନ କରିଛି ବିଜେପି। ଏହିପରି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଭୋଟରଙ୍କ ସଚେତନତା ନାମରେ ଏହିପରି ସରକାରୀ କାର‌୍ୟ୍ୟକର୍ତ୍ତାଙ୍କୁ ଜଡିତ ନ କରନ୍ତୁ ବୋଲି ଆମେ ଦାବି କରିଛୁ। ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଏହି ଚିଠି ପରିବର୍ତ୍ତନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts