ମ୍ୟାନ ଅଫ ଦି ମ୍ୟାଚରେ ପାଇଥିବା ସ୍ୟାମ୍ପେନ ବୋତଲକୁ ପୂର୍ବତନ ମୁଖ୍ୟ କୋଚ ରବିଶାସ୍ତ୍ରୀଙ୍କୁ ଉପହାର ଦେଲେ ରିଷଭ୍ ପନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଗତକାଲି ଖେଳା ଯାଇଛି। ୩ ମ୍ୟାଚ୍ ବିଶିଷ୍ଠ ଏହି ଦିନିକିଆ ଶୃଙ୍ଖଳାକୁ ଭାରତୀୟ ଦଳ ୨-୧ ରେ ଜିତି ଯାଇଛି। ତେବେ କାଲିର ମ୍ୟାଚରେ ଭାରତର ବିଜୟ ପାଇଁ ରିଷଭ୍ ପନ୍ତ ବିଶେଷ ଅବଦାନ ଦେଇଥିଲେ ସେ ୧୧୩ ବଲ୍ ରୁ ୧୨୫ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏବଂ ମ୍ୟାନ ଅଫ ଦି ମ୍ୟାଚ୍ ରେ ଉପହାର ସ୍ୱରୂପ ତାଙ୍କୁ ଏକ ସ୍ୟାମ୍ପେନ୍ ବୋତଲ ମିଳିଥିଲା। ଏହାପରେ ପଡିଆ ମଧ୍ୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରିଷଭ୍ ସ୍ୟାମ୍ପେନ୍ ବୋତଲ କୁ ନେଇ ସିଧା ଯାଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ନିକଟକୁ। ଏହାପରେ ସେ ଶାସ୍ତ୍ରୀଙ୍କୁ ଆଲିଙ୍ଗନ କରି ନିଜକୁ ଉପହାର ରେ ମିଳିଥିବା ସ୍ୟାମ୍ପେନ୍ ବୋତଲକୁ ତାଙ୍କୁ ଦେଇ ଦେଇଥିଲେ। ପ୍ରଥମେ ଶାସ୍ତ୍ରୀ ଏହାକୁ ନେବାକୁ ବାରଣ କରିଥିଲେ ମଧ୍ୟ ରିଶଭ ବାଧ୍ୟ କରିବାରୁ ସ୍ୟାମ୍ପେନ୍ ବୋତଲ ହାତରେ ନେଇ ସେ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିଥିଲେ।

Related Posts