ବଢ଼ିବ ତାତି; ୯ ଜିଲ୍ଲାକୁ ୟେଲୋ ୱାର୍ଣିଂ

ଭୁବନେଶ୍ୱରେ(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ସାରା ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯.୭ଡିଗ୍ରି ସେଲସିୟସ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ପାଣିପାଗ ବିଭାଗ ପକ୍ଷରୁ ୧୩ଟି ସ୍ଥାନରେ ୩୮ଡିଗ୍ରି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ୧୯ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ-ପ୍ରବାହ ସମ୍ଭାବନା ରହିଛି । ଏଥିପାଇଁ ଅନେକ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ଆଗାମୀ ୨୪ ଘଣ୍ଟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ନୟାଗଡ଼, ଖୋର୍ଧା, ମୟୁରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ଡିଗ୍ରି ଅଧିକ ରହିବା ସମ୍ଭାବନା ରହିଛି। । ଏଥିସହିତ ୧୭ରୁ ୧୮ତାରିଖ ମଧ୍ୟରେ ସମ୍ବଲପୁର,ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ନୟାଗଡ଼, ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related Posts