ପୁରୀ ସେବାୟତ ହତ୍ୟା ମାମଲା; ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱରେ(ସତ୍ୟପାଠ ବ୍ୟୁରୋ): ପୁରୀ ସେବୟତ ହତ୍ୟା ମାମଲାରେ ଜଣଙ୍କୁ ପୁଲିସ ଅଟକ ରଖିଥିବାର କଥା ସାମ୍ନାକୁ ଆସିଛି । ସେପଟେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡରେ ଓ ଛାତିରେ ୪ଟି ଗୁଳି ବାଜିଥିବା ଜଣାପଡିଛି । ଗୁଳିକାଣ୍ଡ ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ହତ୍ୟାକାଣ୍ଡ ଘଟିଥିବା ପୁରୀ ବାରବାଟି ଜାଗାରେ ଫରେନସିକ ଟିମ ପହଂଚି ଛାନଭିନ୍ କରୁଛି ।ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ କାଗଜ, ୪ହଳ ଚପଲ ଓ ୪ଟି ଖୋକା ଜବତ କରିଛି ଫରେନସିକ୍ ଟିମ୍ । ଘଟଣାସ୍ଥଳରେ ପହଂଚି ସମ୍ପୂର୍ଣ୍ଣ ଘଟଣାର ଅନୁଧ୍ୟାନ କରିଛି ଫରେନସିକ୍ ଟିମ୍ । ସେପେଟ ଏହି ଘଟଣାକୁ ନେଇ ପୁରୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରି ।

Related Posts