ସତ୍ୟପାଠ ବ୍ୟୁରୋ, ୨୩/୦୨ : ସମ୍ପ୍ରତି ରାଜ୍ୟରେ ଚାଲିଥିବା ଘମାଶନ ତ୍ରୀସ୍ତରୀୟ ନିର୍ବାଚନ ଭିତରେ ଗୋଟିଏ ଗୁରୁତ୍ବପର୍ଣ୍ଣ କଥା ଯାହାକି ମିଡ଼ିଆର ଫୋକସ ରୁ ବାଦ୍ ପଡ଼ିଛି ସେଇଟା ହେଲା ଯାଜପୁରା ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ନଗଡା ରେ ମତଦାନ ୮୩ ପ୍ରତିଶତ ହୋଇଛି। ଏଥିସହ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ତ୍ରିଲୋଚନ ପୂର୍ ରେ ଭୋଟଦାନ ୮୦ ପ୍ରତିଶତ ହୋଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ଇତିହାସରେ ଏହି ଅଞ୍ଚଳରେ ଏଭଳି ସଂଖ୍ୟାରେ ଭୋଟଦାନ ହୋଇନଥିବା ବେଳେ ଚଳିତ ଥର ଏଭଳି ହେଲା କିଭଳି? ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଯେଉଁ ସୁଚନା ଟି ଦେଇଛନ୍ତି ତାହା ଆହୁରି ଗୁରୁତ୍ୱପୂର୍ଣ୍ଣ। ଆଦିତ୍ୟ ପାଢ଼ୀ କହିଛନ୍ତି ଯେ ନଗଡା ଓ ତ୍ରିଲୋଚନ ପୁର କୁ ସଡ଼କ ସଂଯୋଗ କରାଯାଇଥିବା କାରଣରୁ ଏତେ ସଂଖ୍ୟାରେ ଲୋକେ ଭୋଟଦାନ କରିଛନ୍ତି। ଆଦିତ୍ୟ ପାଢୀଙ୍କ ଏହି ସୂଚନା ଓ ସ୍ଵିକାରୋକ୍ତି ପ୍ରଶାସନର ପ୍ରଚାର ଓ ପରଫର୍ମାଂଶ ଉପରେ ଅନେକ ପ୍ରଶ୍ନ ଉଠିଛି।।

ସବୁଠୁ ବଡ଼କଥା ହେଲା, ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଆଁ କୁ ସଡ଼କ ସଂଯୋଗ କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଘୋଷଣା କରିଥିଲେ। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ମୋଟ୪୭ ହଜାର ୪୭୭ ଗାଁ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଅଧିକ ୪୦୦୦ ପଡ଼ା କୁ ରାଜସ୍ବ ଗ୍ରାମ ଭାବରେ ଘୋଷଣା କରିଥିଲେ। ଅର୍ଥାତ୍ ୫୦ ହଜାର ରୁ ଅଧିକ ଗ୍ରାମ ସଂଖ୍ୟା। ଏବେ ବି ପ୍ରାୟ ୪ ହଜାର ରୁ ଅଧିକ ଗ୍ରାମ କୁ ପକ୍କା ସଡ଼କ ନାହିଁ।

ଯଦି ସଡ଼କ ପାଇଁ ନଗଡା ଭଳି ପଛୁଆ ଅଞ୍ଚଳରେ ଭୋଟଦାନ ୮୩ ପ୍ରତିଶତ ହୋଇପାରୁଛି । ଏହା ସହଜରେ ଅନୁମେୟ ସଡ଼କ ପାଇଁ ଚଳିତ ପଂଚାୟତ ନିର୍ବାଚନରେ ବହୁ ପଞ୍ଚାୟତରେ ଲୋକମାନେ ଭୋଟଦାନରୁ ବଞ୍ଚିତ ହେଉଛନ୍ତି ।