ରୋଡ ସୋ’ ଉପରେ ପ୍ରତିବନ୍ଧକ ଜାନୁଆରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି: ନିର୍ବାଚନ କମିଶନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନାରୁ ନୂତନା ଭାରିଆଣ୍ଟ ଓମିକ୍ରନଙ୍କ ସଂଖା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଦେଶର ଅନେକ ସ୍ଥାନମାନଙ୍କରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ସମାବେଶ, ରୋଡ୍ ସୋ ଏବଂ ଜନସମ୍ପର୍କ ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୨୨ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିପାଇଁ ଏକ ନୂଆ ଆଦେଶ ଜାରି କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଜାନୁୟାରୀ ୧୫ ପର୍ୟ୍ୟନ୍ତ ଏହି ନିଷେଧାଦେଶ ଲାଗୁ କରାଯାଇଛି।

ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ବିଶେଷକରି ଦେଶର ରାଜନୀତିର ଗଢ଼ କୁହାଯାଉଥିବା ଉତ୍ତରପ୍ରଦେଶରେ । ପ୍ରଥମେ କଂଗ୍ରେସ ପରେ ବିଏସପି ଓ ଶାସକ ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ଏପରିକି ବିଭିନ୍ନ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତିକ ଦଳମାନେ ନିର୍ବାଚନ ଜିତିବା ପାଇଁ ନିଜର ସମସ୍ତ ଶକ୍ତିକୁ ପ୍ରଦର୍ଶନ କରୁଛନ୍ତି ।

Related Posts