ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ୍

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ରହିଛି।

ରୋହିତ ପୂଜାରୀ ବାଦ୍ ପଡ଼ିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆୟାଇଛି। ଅତନୁଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ନିକଟରେ ‘୬୦ ବର୍ଷ’ ମନ୍ତବ୍ୟ ପାଇଁ ବିବାଦୀୟ ଥିଲେ ରୋହିତ। ୬୦ ବର୍ଷରୁ ଅଧିକ ବ୍ୟକ୍ତି ରାଜନୀତିରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ତେବେ ୨୦୨୨ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ୫ ଜୁନ୍‌ ୨୦୨୨ରେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ତେବେ ବର୍ତ୍ତମାନ ତାଙ୍କ ବିଭାଗର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ୍ କରିଛନ୍ତି|

Related Posts