ସଣ୍ଟରିଂ ବେଳେ ଭୁଶୁଡ଼ିଲା ରାଉରକେଲା ପ୍ରଶାସନିକ ଭବନ କୋଠା; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ନିର୍ମାଣ କରାଯାଉଥିବା ଜିଲ୍ଲା ପ୍ରଶାସନିକ ଭବନରେ ଏକ କୋଠାର ଢଳେଇ କାର୍ଯ୍ୟ ଚାଲିଥିଲା । କାର୍ଯ୍ୟ ଚାଲୁଥିବା ସମୟରେ ହଠାତ ଛାତ ଭୁଶୁଡ଼ି ଯାଇଥିଲା । ହେଲେ ଏହି ଦୁର୍ଘଟଣା କୌଣସି ଶ୍ରମିକ ମୃତାହତ କିମ୍ବା ଆହତ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ ।


ସୂଚନା ଅନୁସାରେ, ସ୍ଥାନୀୟ ହକି ଛକ ନିକଟରେ ଗତ କିଛି ଦିନ ହେଲା ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ଜିଲ୍ଲା ପ୍ରଶାସନିକ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି । ବିଭିନ୍ନ କମ୍ପାନି ପକ୍ଷରୁ କାର୍ଯ୍ୟ ଚାଲୁଥିବା ବେଳେ ଆଜି ନିର୍ଦ୍ଦିଷ୍ଟ ଏକ କମ୍ପାନି ପକ୍ଷରୁ ଏହି କୋଠାରେ ସିଣ୍ଟରିଂ କାର୍ଯ୍ୟ ଚାଲିଥିଲା । ହେଲେ ହଠାତ ସିଣ୍ଟରିଂ ସହ ଛାତ ଭୁଶୁଡ଼ି ପଡ଼ିଥିଲା । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ସୂଚନା ନଥିବା ସେ କହିଥିଲେ

Related Posts