ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ହକି ମହାକୁମ୍ଭ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ କ୍ରୀଡା ସଚିବ

ରାଉରକେଲା : ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ । ଏନେଇ ଆଜି ସ୍ଥିତି ଅନୁଧ୍ୟାନ କରିବାକୁ ରାଉରକେଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୦.୪୮ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଗସ୍ତ କାଳରେ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ, BPUT ପରିସରରେ ଚାଲିଥିବା ଦେଶର ବୃହତମ ବିର ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ, ବିର ବିର୍ଷା ମୁଣ୍ଡା ଛକ ନିକଟରେ ନିର୍ମାଣ ଧୀନ ଅଲ୍ଟ୍ରା ମର୍ଡର୍ଣ୍ଣ ସ୍ପୋର୍ଟ କମ୍ପ୍ଲେକ୍ସ, ସହରରେ ଚାଲିଥିବା ଉନୟନ କାମର ପରିଦର୍ଶନ କରିବା ପରେ ବିମାନ ବନ୍ଦରରେ ବରିଷ୍ଠ ଅଧିକାରିଙ୍କ ସହ ସମୀକ୍ଷା ବୈଠକ କରିବେ ।

Related Posts