ରାଉରକେଲା: ଅଶାନ୍ତ ହୋଇ ଉଠିଛି ରାଉରକେଲା ସହର। ଦିନ ଦ୍ବିପହରେ ଗଡ଼ିଛି ମୁଣ୍ଡ। ଦୁର୍ବୃତ୍ତମାନେ ପୋଲିସକୁ ଖୁଲମ୍‌ଖୁଲା ଚାଲେଞ୍ଜ ଦେଇଛନ୍ତି। ରାଉରକେଲା ସେକ୍ଟର ୬ ଅଞ୍ଚଳ ଥିବା ଏକ ସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଦିନ  ଦ୍ବିପହରରେ ଦଳେ ଦୁର୍ବୃତ୍ତ ଯୁବକଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା  କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖା େହବା ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା େବଳେ ଦୁର୍ବୃତ୍ତମାନେ େଫରାର ଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଅପରପକ୍ଷରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲକୁ ପଠାଇଛି।