ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ, ଇଲେକ୍ଟ୍ରିକାଲ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବା ଏନଆଇଟି ଇଲେକ୍ଟ୍ରିକାଲ ବିଭାଗରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଏକାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି ।ତେବେ ଏନଆଇଟି ସାଇନ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ କେହି ଆହାତ ହୋଇ ନଥିବା ସୂଚନା ମିଳିଛି । ସିକ୍ୟୁରିଟି ଓ ଅଗ୍ନିଶମ ବାହିନୀ ଦ୍ୱାରା ପରେ ନିଆଁ ଆୟତ୍ତ କରାଯାଇଛି । ନିଆଁରେ ପାଖାପାଖି ୫ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି।

Related Posts