ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଆଇପିଏଲ ଫ୍ରାଞ୍ଚାଇଜ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଶନିବାର ହ୍ୟାକ୍ ହୋଇଯାଇଛି। ହ୍ୟାକରମାନେ ଆରସିବିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲର ନାମ ବଦଳାଇ ‘ବୋର୍ଡ ଏପ୍ ୟାଚ୍ କ୍ଲବ’ କରିଦେଇଛନ୍ତି। ହ୍ୟାକର୍ସ ଆରସିବିର ବାୟୋ ମଧ୍ୟ ବଦଳାଇ ଏଥିରେ ନୂଆ ଲିଙ୍କ ସାମିଲ କରିଦେଇଛନ୍ତି ଓ ଏହାର ପ୍ରୋଫାଇଲ୍ ପିକଚର ମଧ୍ୟ ବଦଳାଇ ଦେଇଛନ୍ତି।

ତେବେ ୟୁଜରମାନେ ଏହାକୁ ଖୁବ୍ ଶୀଘ୍ର ଚିହ୍ନି ଦେଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଆରସିବି ଏପର୍ଯ୍ୟନ୍ତ ହ୍ୟାକର୍ସଙ୍କ ଦ୍ୱାରା ଟ୍ୱିଟ୍‌ କରାଯାଇଥିବା ସାମଗ୍ରୀ ହଟାଇ ନାହାନ୍ତି କି ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ କୌଣସି ସୂଚନା ଦେଇ ନାହାନ୍ତି। ଆରସିବି ତାଙ୍କ ଟ୍ୱିଟରରେ ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ପୋଷ୍ଟ ହେବା ପରେ ହ୍ୟାକର ଆକାଉଣ୍ଟ ହ୍ୟାକ କରି ଏଥିରେ ଅନାବନା ପୋଷ୍ଟିଂ କରିଛନ୍ତି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ସ ଏନଏଫଟି ପୋଷ୍ଟ ସେୟାର କରିବାରୁ ୟୁଜର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ତେବେ ଆରସିବିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୧ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ତେବେ ସେତେବେଳେ ଫ୍ରାଞ୍ଚାଇଜି ଏହାକୁ ତୁରନ୍ତ ରିଷ୍ଟୋର କରିଦେଇଥିଲେ। ତେବେ ଆଜି ହୋଇଥିବା ହ୍ୟାକ୍‌ ଏପର୍ଯ୍ୟନ୍ତ ରିଷ୍ଟୋର ହୋଇ ନାହିଁ। ଏଥିରେ ହ୍ୟାକରମାନେ ଅନାବନା ପୋଷ୍ଟିଂ କରିଚାଲିଛନ୍ତି। ଆରସିବି ଟ୍ୱିଟରରେ ୬.୪ନିୟୁତ ଫଲୋଅର ଅଛନ୍ତି। ସେପ୍ଟେମ୍ବର ୨୦୦୯ରେ ଏହାକୁ କ୍ରିଏଟ କରାଯାଇଥିଲା। ଆରସିବି ୫୮୫ ଜଣଙ୍କୁ ଫଲୋ ମଧ୍ୟ କରୁଛି।

Related Posts