କେନ୍ଦୁଝର ସଦର ଥାନା ଜଡିଚାତର ଠାରେ ଗନ୍ ପଏଣ୍ଟରେ ଏକ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

କେନ୍ଦୁଝର : ରାଜ୍ୟରେ ବଢୁଛି ଲୁଟେରାଙ୍କ ପାଦୁର୍ଭାବ | ଦିନକୁ ଦିନ ଲୁଟ ପରି ଘଟଣା ବଢିବାକୁ ଲାଗୁଥିବା ବେଳେ, କେନ୍ଦୁଝର ସଦର ଥାନା ଜଡିଚାତର ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଛି । ଗନ୍ ପଏଣ୍ଟରେ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏହି ଲୁଟ୍ କରିଛନ୍ତି। ଦୁର୍ବୃତ୍ତ ମାନେ ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପରେ ପଶି ହଠାତ୍ ଆକ୍ରମଣ କରିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ-ଭୁଜାଲି ଦେଖାଇ ୬ ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ଏହାସହିତ ଗୋଟିଏ ବନ୍ଧୁକ ତିନୋଟି ଜୀବନ୍ତ ଗୁଳି ଓ ୪ ଟି ମୋବାଇଲ୍ ନେଇଥିବା ସୂଚନା ମିଳିଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ତେବେ ସବୁଠାରୁ ବଡକଥାହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରୀ ଡକାୟତି ରାଜହାନୀ ଭଳି ଅପରାଧ ବଢିବାକୁ ଲାଗୁଛି।ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି।

Related Posts