ରାଜ୍ୟର ସରକାରୀ ବିଦ୍ୟାଳୟ ପାଇଁ ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର

ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି | ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ସରକାର । ସୂଚନାନୁସାରେ, ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ ।

ନୂତନ ଡ୍ରେସ କୋଡରେ ବଙ୍ଗଳା ସରକାରଙ୍କ ‘ବିଶ୍ୱ ବଙ୍ଗଳା’ ଲୋଗୋ ମଧ୍ୟ ରହିବ । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ପରିକଳ୍ପନା କରିଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ନୂତନ ୟୁନିଫର୍ମକୁ ରାଜ୍ୟର ଏମଏସଏମଇ ବିଭାଗ ଯୋଗାଇ ଦେବ । ପ୍ରି-ପ୍ରାଇମେରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଳକମାନଙ୍କ ପାଇଁ ଧଳା ସାର୍ଟ ଏବଂ ନେଭି ବ୍ଲୁ ପ୍ୟାଣ୍ଟ ଏବଂ ଝିଅମାନଙ୍କର ନାଭି ବ୍ଲୁ ଫ୍ରକ୍ ସହିତ ଧଳା ସାର୍ଟ ସହ ରହିବ ସାଲୱାର୍ କମିଜ୍ ।

ଏହା ସହିତ ବିଶ୍ୱ ବଙ୍ଗଳାର ଲୋଗୋ ପ୍ରତ୍ୟେକ ପୋଷାକର ପକେଟରେ ରହିବ । ଏପରିକି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସ୍କୁଲ ବ୍ୟାଗ ଉପରେ ବିଶ୍ୱ ବଙ୍ଗଳା ଲେଖା ରହବି । ତୃତୀୟ ଶ୍ରେଣୀରୁ କ୍ଲାସ୍ ପଞ୍ଚମ ପର୍ଯ୍ୟନ୍ତ ଦୁଇଟି ଲେଖାଏଁ ୟୁନିଫର୍ମ ସେଟ୍ ଦିଆଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ସାଲୱାର୍ ଏବଂ କାମିଜ୍ ଡୁପାଟ୍ଟାର ଦୁଇଟି ସେଟ୍ ଦିଆଯିବ ।

Related Posts