ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ଆସନ୍ତା କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ ସଂଗଠନ ଆହ୍ୱାନ ଦେଇଛି । ଏହି ୧୨ ଘଣ୍ଟିଆ ବନ୍ଦ ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସଂଗଠନ ନିବେଦନ କରିଛି ।ବନ୍ଦ ଡାକରାକୁ କଂଗ୍ରେସ ସମେତ ବ୍ୟବସାୟୀ ସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ ଘୋଷଣା କରିଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ୨ ତାରିଖ ଦିନ ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍ ରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଝିଅର ମୃତ୍ୟୁକୁ ନେଇ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ପରିବାର ଲୋକେ । ତେବେ ଏହି ଘଟଣାରେ ପୋଲିସର କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳି ନଥିବାରୁ ଏହାର ପ୍ରତିବାଦ କରି ଆସନ୍ତା କାଲି ଓଡ଼ିଶା ବନ୍ଦ୍ ଡାକରା ଦିଆଯାଇଛି।

Related Posts