ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହ ନେଲା ଉଗ୍ର ରୂପ; ଶଳା ଉପରେ ଗାଡ଼ି ଚଢ଼ାଇ ଦେଲା ଭିଣୋଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହ ନେଲା ଉଗ୍ର ରୂପ । ଶଳା ଉପରେ ଗାଡ଼ି ଚଢ଼ାଇ ଦେଲା ଭିଣୋଇ । ଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଜନଗହଳି ସମ୍ପନ୍ନ ସମ୍ବଲପୁର ଜିଲ୍ଲା ବୁର୍ଲା କଚେରୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା। ଆହତଙ୍କ ନାମ ସୌମ୍ୟରଞ୍ଜନ ଦାଶ। ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେରରେ। ଅଭିଯୁକ୍ତ ଜ୍ୱାଇଁଙ୍କୁ ଲୋକେ ଧରି ନିଧୁମ୍ ପିଟିବା ପରେ ପୁଲିସ ଜିମା ଦେଇଛନ୍ତି। ଗାଡ଼ିଟି ଏତେ ଦ୍ରୁତଗତିରେ ଆସିଥିଲା ଯେ ଏହା ଏସ୍ପିଙ୍କ ବାସଭବନ ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା। ବାଇକ୍ରେ ଆସୁଥିବା ଅନ୍ୟକିଛି ବାଟୋଇ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି। ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହକୁ ନେଇ ଉଠିଥିବା ଝଡ଼ ଏଭଳି ରୂପ ନେଇଛି। ମହିଳାଙ୍କ ବାପା ଓ ଭାଇ ଏହି ଘଟଣାକୁ ସମାଧାନ କରିବାକୁ ଉଦ୍ୟମ କରୁଥିବା ବେଳେ ରାଗରେ ପଞ୍ଚମ ଜ୍ୱାଇଁ ଏହି କାରନାମା ଘଟାଇଛି।

ଏନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଜଣେ ଆଇନଜୀବୀ ହୋଇଥିବାରୁ ଘଟଣା ଅଲୋଚନାକୁ ଖୋରାକ ଯୋଗାଇଛି। ଅଭିଯୁକ୍ତ ଆଇନଜୀବୀଙ୍କ ନାମ ପଞ୍ଚାନନ ଦାଶ। ସେ ବୁର୍ଲାରେ ରୁହନ୍ତି। ତାଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ର ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ କହିଛନ୍ତି, ଦେଢ଼ଶୁର, ଭାଉଜ ଓ ପୁତୁରାଙ୍କ କଥାରେ ପଡ଼ି ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ। ଏନେଇ ସେ ଗତ ଜାନୁଆରୀ ୨୪ ତାରିଖରେ ବୁର୍ଲା ଥାନାରେ ଏତଲା ଦେବା ପରେ ମାମଲା ହୋଇଥିଲା। ଏହି ଘଟଣା ପରେ ସେ ୬ ମାସ ହେବ ବାପ ଘରକୁ ଚାଲି ଆସିଥିଲେ। ସାଙ୍ଗରେ ଦୁଇ ପିଲାଙ୍କୁ ନେଇ ଆସିଥିଲେ। ସ୍କୁଲରେ ପୁଅର ପାଠପଢ଼ା ଆରମ୍ଭ ହେବାରୁ ଅଭିଭାବକ ଉପସ୍ଥିତ ହେବାକୁ ଫୋନ ଆସିଥିଲା।

ତେଣୁ ଲକ୍ଷ୍ମୀ ମହାନ୍ତି ନାମକ ଜଣେ ଓକିଲଙ୍କ ହାତରେ ସ୍ୱାମୀଙ୍କ ନିକଟକୁ ଖବର ପଠାଇଥିଲେ। ପୁଅର ପାଠପଢ଼ାରେ ସହଯୋଗ କରିବାକୁ ନିବେଦନ କରିଥିଲେ। ହେଲେ ସେ ଅସହମତି ପ୍ରକାଶ କରିଥିଲେ। ଓଲଟା ବୁର୍ଲା ଆସିଲେ ମୋତେ ଓ ପିଲାଙ୍କୁ ଗାଡ଼ି ଚଢ଼ାଇ ମାରିଦେବେ ବୋଲି ଧମକ ଦେଇଥିଲେ। ତେଣୁ ସେ ବୁର୍ଲା ବାର ଆସୋସିଏସନ କାର୍ୟ୍ୟାଳୟକୁ ଆସି ସ୍ୱାମୀ ଓ ବାର ସଦସ୍ୟଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ପହଞ୍ଚି ଥିଲେ। ସେଠାରୁ ସ୍ୱାମୀ ବାହାରି ଆସି ବାଟରେ ବାପା ଓ ମାମୁଁ ପୁଅଙ୍କ ଉପରେ କାର ମଡ଼ାଇ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts