୧୬ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ । ରୁଷ ସେନା ଲଗାତାର ଭାବରେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଥିବା ବେଳେ, ବାହାରି ପାରୁନି କୋୖଣସି ନିଷ୍କର୍ସ | ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଗତକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ମଧ୍ୟ ବୈଠକ ବିଫଳ ରହିଛି | ହେଲେ, ଦୁଇ ଦେଶର ଆଭିମୁଖ୍ୟରେ କିଛିଟା ପରିବର୍ତନ ଆସୁଥିବା ଅନୁମାନ କରାଯାଉଛି ।

ଅନ୍ୟପରେ ରୁଷ ର ଏହିପରି ଭାବରେ ୟୁକ୍ରେନ ଉପରକୁ ଆକ୍ରମଣ କୁ ନେଇ ଅନେକ ଦେଶ ରୁଷ ବିରୋଧୀ ପାଲଟିଯାଇଛନ୍ତି | ରୁଷ ଉପରେ କଟକଣା ଲଗାଇଛନ୍ତି | ସେପଟେ ରୁଷ ଉପରେ ବଢୁଥିବା କଟକଣା ମଧ୍ୟରେ ଆର୍ଥିକ ଅଭାବ ର ପ୍ରଭାବ ଆରମ୍ଭ ହେବାକୁ ଯାଉଛି ।

ଆମେରିକା ଋଷର ତେଲ, ଗ୍ୟାସ୍ ଉପରେ କଟକଣା ଲଗାଇଛି । ଯାହାକୁ ନେଇ କ୍ଷୁବ୍ଧ ହୋଇଛି ଋଷ । ଯୁଦ୍ଧ ପାଇଁ ଅଶୋଧିତ ତୈଳର ଦାମ ବଢିବାରେ ଲାଗିଛି । ଯାହାକୁ ନେଇ ଆଗକୁ ଅନ୍ୟ ଦେଶଗୁଡିକ ଆଗକୁ ଅନେକ ପ୍ରଭାବିତ ହେବେ ବୋଲି କୁହାଯାଉଛି । ଦୁଇ ଦେଶର ଯୁଦ୍ଧ ମଧ୍ୟରେ ପ୍ରଭାବିତ ହେଉଛନ୍ତି ଅନ୍ୟ ଦେଶ |