
ଋଷର ୟୁକ୍ରେନ ଉପରକୁ ଆକ୍ରମଣ ଏବେ ତାକୁ ଭାରି ପଡ଼ିବାକୁ ଯାଉଛି । ଏନେକ ଦେଶ ଋଷ ବିରୋଧରେ ମେଳି ବାନ୍ଧି ଥିବା ବେଳେ, ଏବେ ଋଷ ଉପରେ ଡିଜିଟାଲ ଷ୍ଟ୍ରାଇକ ଆରମ୍ଭ ହୋଇଛି । ଏଣିକି ଋଷର କୌଣସି ଚ୍ୟାନେଲକୁ ମିଳିବ ନାହିଁ ଗୁଗୁଲ୍ ଏବଂ ୟୁଟ୍ୟୁବ୍ ପକ୍ଷରୁ ବିଜ୍ଞାପନ । ଏନେଇ ଗୁଗୁଲ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ଅନ୍ୟପଟେ ଋଷର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ‘ଆଉଟଲେଟ୍ ଆରଟିକୁ’ ମଧ୍ୟ କୌଣଷି ବିଜ୍ଞାପନ ମିଳିବ ନାହିଁ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ସବୁ ରାଷ୍ଟ୍ର ଋଷ ଉପରେ କୁଟନୈତିକ ସ୍ତରରୁ ଆରମ୍ଭ କରି ଆର୍ଥିକ କାରବାର ଉପରେ ରୋକ ଲଗାଇ ଯୁଦ୍ଧକୁ ପ୍ରତିହିତ କରିବା ଲାଗି ପ୍ରୟାସ କରୁଛନ୍ତି । ତେବେ ୟୁଟ୍ୟୁବ୍ ଦ୍ବାରା ପ୍ରଦାନ କରାଯାଉଥିବା ବିଜ୍ଞାପନରୁ ବିପୁଳ ପରିମାଣର ଅର୍ଥ ପାଇଥାଏ ଋଷ ।ଅପରପକ୍ଷେ ୟୁଟ୍ୟୁବ୍ ପକ୍ଷରୁ ବିଜ୍ଞାପନକୁ ସମ୍ପର୍ଣ୍ଣ ନିୟନ୍ତ୍ରଣ କରାଯାଇଥାଏ । ମାତ୍ରା ଏହି ରୋକ ଲାଗିବା ପରେ ଋଷ କୌଣସି ବିଜ୍ଞାପନ ପାଇବ ନାହିଁ । ଏଥିସହ କୌଣଷି ବିଜ୍ଞାପନକୁ ମଧ୍ୟ କିଣି ପାରିବ ନାହିଁ ।
ଏହି ସବୁ ଗୁଗୁଲ ବିଜ୍ଞାପନ, ଗୁଗୁଲ ଟୁଲ୍ସ କିମ୍ବା ପ୍ଲେସ ଆଡସ୍ ଅନ ଗୁଗୁଲ ସର୍ଭିସେସରୁ ପାଇଥାଏ ଏବଂ କିଣିଥାଏ । ତେବେ ଏହା ଉପରେ ରୋକ ଲାଗିବା ନେଇ କହିଛନ୍ତି ଗୁଗୁଲର ମୁଖପାତ୍ର ମାଇକେଲ ଆକ୍ମ୍ୟାନ । ତେବେ ଏହା ଉପରେ ଆମର ନଜର ରହିଥିବା ବେଳେ ଆଗକୁ ଆମେ ଅଧିକ ପଦକ୍ଷେପ ନେବୁ ବୋଲି ଗୁଗୁଲର ମୁଖପାତ୍ର ସୂଚନା ଦେଇଛନ୍ତି ।