ୟୁ୍କ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଜାତିସଂଘ ସୁରକ୍ଷା ପରିଷଦ ସେକ୍ରଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ : ମାନବିକତା ଦୃଷ୍ଟିକୋଣରୁ କରାଯିବ ସମସ୍ତ ପ୍ରକାରର ସାହଯ୍ୟ

ପୁଣି ଦୃଢ଼ ହେଲା ୟୁକ୍ରେନ ର ମନବଳ । ଋଷର ୟୁକ୍ରେନ ଉପରକୁ ଆକ୍ରମଣ ଏବେ ଋଷ ପାଇଁ ଭାରି ପଡୁଥିବା ବେଳେ, ୟୁକ୍ରେନ ର ସମର୍ଥନ ରେ ଏବେ ଉଠୁଛି ଅନେକ ହାତ । ଗୋଟିଏ ପରେ ଗୋଟିଏ ଦେଶ ୟୁକ୍ରେନ ସମର୍ଥନରେ ବାହାରି ଋଷକୁ ବିରୋଧ କରିଛନ୍ତି । ଜଟିଳସ୍ଥିତି ମଧ୍ୟରେ ଗତି କରୁଥିବା ୟୁକ୍ରେନ କୁ ମିଳୁଛି ସହଯୋଗ। ତେବେ ଆଜି ପୁଣି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସେକ୍ରଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ୟୁ୍କ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନକୁ ମାନବିକତା ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ସାହଯ୍ୟ କରାଯିବ ବୋଲି ଗୁଟେରସ୍‌ କହିଛନ୍ତି ।

ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସହ ଫୋନ ମାଧ୍ୟମରେ କଥା ହୋଇ ଏହା କହିଛନ୍ତି ଆଣ୍ଟୋନିଓ ଗୁଟେରସ୍‌ । ସେହିଭଳି ବିଭିନ୍ନ ଦେଶରୁ ଅସ୍ତ୍ରସସ୍ତ୍ର ସହ ସାମରିକ ସହାୟତା ୟୁକ୍ରେନକୁ ମିଳୁଥିବା ବେଳେ ଯୁଦ୍ଧ ଆଗକୁ କେଉଁ ମୋଡ ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ରସ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ମିଶାଇଲ, ବୋମା, ଗୁଳି ମାଡ଼ କରି ଚାଲିଛି ।

Related Posts