ରୁଷ ଆଣିଲା ମିଥ୍ୟା ଖବର ଆଇନ୍ : ଫେସବୁକ୍, ବିବିସି ଵ୍ୟାନ

ସତ୍ୟପାଠ, ବ୍ୟୁରୋ, ୦୬/୦୩ ; ରୁଷ୍‌ରେ ପୁଟିନ ସରକାର ‘ମିଛ ଖବର’ ଆଇନ ଲାଗୁ କରିଛନ୍ତି: ୟୁକ୍ରେନ ଆକ୍ରମଣ କୁ ନେଇ ରୁଷ ଓ ରାଷ୍ଟ୍ରପତି ପୁଟିନଙ୍କ ବାବଦରେ ପ୍ରକାଶ ପାଉଥିବା ନିଗେଟିଭ ରିପୋର୍ଟ କୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ଏକ ଆଇନ୍ ପୁଟିନ ଆଣିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ନୂଆ ଆଇନ୍ ଗୁହୀଟ ହେବା ଦ୍ବାରା ଫେସବୁକ୍, ବିବିସି, ସି ଏନ ଏନ୍ ସହିତ ବ୍ଲୁମ୍‌ବର୍ଗ ଭଳି ନ୍ୟୁଜ ସଂସ୍ଥାକୁ ରୁଷିଆ ବ୍ଲକ କରିଦେଇଛି।

ଫେସ୍‌ବୁକ୍ ରୁଷ୍‌ର ଜାତୀୟ ସରକାରୀ ଗଣମାଧ୍ୟମକୁ ବାଦ୍ ଦେଇଥିବାରୁ ରୁଷିଆରେ ଫେସ୍‌ବୁକ୍‌କୁ ବ୍ଲକ୍ କରାଯାଇଛି। ନୂଆ ‘ଫେକ୍ ନ୍ୟୁଜ୍’ (ମିଛ ଖବର) ଆଇନ ବଳରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ନେଗେଟିଭ କଭରେଜ ରୁଷସହ ବହୁ ବିଦେଶୀ ବହୁରାଷ୍ଟ୍ରୀୟ କଂପାନୀ ସହ ଆର୍ଥିକ ଓ ବ୍ୟବସାୟୀକ ସମ୍ପର୍କକୁ ପ୍ରଭାବିତ କରିଛି। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ କମ୍ପାନିଗୁଡ଼ିକ ସହ ବିବାଦ ବଢ଼ିଛି। ଏଥିସହ ଆନ୍ତର୍ଜାତୀୟ ସ୍ତରରେ ରୁଷିଆ ର ଭାବମୂର୍ତ୍ତି ଭୟଙ୍କର ଭାବରେ ନଷ୍ଟ ହୋଇଛି।

ଶୁକ୍ରବାର ଦିନ ରୁଷ ଯେଉଁ ନୂଆ ଆଇନ୍ ଟି ଲାଗୁ କଲା ଏହା ଅସଲରେ ପୁଟିନଙ୍କର ଡ୍ୟାମେଜ କଣ୍ଟ୍ରୋଲ ସ୍ତ୍ରାଟେଜି ବୋଲି କୁହାଯାଉଛି। ତେକ ମିଡ଼ିଆ କମ୍ପାନିକୁ ବ୍ଲକ୍ କରିଛି। ମାଇକ୍ରୋସଫ୍ଟ ଓ ଭିଡ଼ିଓ ଗେମ୍ ମେକର ଇଲେକ୍ଟ୍ରୋନିକ୍ ଆର୍ଟସ ପ୍ରମୁଖ କମ୍ପାନି ରୁଷିଆରେ ବ୍ୟବସାୟ ବନ୍ଦ ହୋଇଥିବା ଘୋଷଣା କରିଛନ୍ତି। ରୁଷିଆ କହିଛି, ଫେସ୍‌ବୁକ୍ ରୁଷ୍-ସମର୍ଥିକ ଚ୍ୟାନେଲଗୁଡ଼ିକ ଉପରେ କଟକଣା ଲଗାଇଥିବାରୁ ଦେଶରେ ଫେସ୍‌ବୁକ୍‌କୁ ବ୍ଲକ୍ କରାଗଲା। ତା’ ସହ ବିବିସି, ଡଏଚ୍ ୱେଲ ଓ ଭଏସ୍ ଅଫ୍ ଆମେରିକାର ୱେବ୍‌ସାଇଟକୁ ମଧ୍ୟ ବ୍ଲକ୍ କରାଯାଇଛି। କାରଣ ଏମାନେ ୟୁକ୍ରେନ୍ ଯୁଦ୍ଧ ନେଇ ମିଥ୍ୟା ଖବର ପରିବେଷଣ କରୁଛନ୍ତି। ଏହା ସହ ଟ୍ବିଟରକୁ ମଧ୍ୟ ବ୍ଲକ୍ କରାଯିବ ବୋଲି ରୁଷ୍ ମିଡ଼ିଆ ପକ୍ଷରୁ କୁହାଯାଇଛି।

ମିଡିଆ ବ୍ୟାନ ନିଷ୍ପତ୍ତି ପଦକ୍ଷେପ ସ୍ପଷ୍ଟ କରୁଛି ଯେ ୟୁକ୍ରେନ ଆକ୍ରମଣ ପରେ ରୁଷ ଉପରେ ଅର୍ଥନୈତିକ ବାସନ୍ଦ ଯୋଗୁଁ ପୁଟିନ ଏବେ ଚାପରେ । ଏହାର ପରିଣାମ ସ୍ବରୂପ ସେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

Related Posts