ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଫଳରେ ଋଷ ଲାଭବାନ ହୋଇଛି: ଭ୍ଲାଦିମିର ପୁଟିନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୬ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧରୁ ତାଙ୍କ ଦେଶର କୌଣସି କ୍ଷତି ହୋଇନାହିଁ ବରଂ ଋଷ ଲାଭବାନ ହୋଇଛି। ଏହି ଯୁଦ୍ଧ ବିଶ୍ୱ ଉପରେ ଋଷର ଆଧିପତ୍ୟ ବୃଦ୍ଧି କରିବ। ୟୁକ୍ରେନ ବିରୋଧରେ ଏହି ‘ସ୍ବତନ୍ତ୍ର ସାମରିକ ଅପରେଶନ’ ସୋଭିଏତ୍‌ ସଂଘର ବିଲୋପ ପରେ ଏହା ଏକ ଟର୍ନି ପଏଣ୍ଟ୍‌। ରୁଷିଆର ଭ୍ଲାଡିଭୋଷ୍ଟୋଭରେ ଇଷ୍ଟର୍ନ ଇକୋନୋମିକ ଫୋରରମ ପୁଟିନ ଏହା କହିଛନ୍ତି।

ଯଦିଓ ପୁଟିନ ତାଙ୍କ ଭାଷଣରେ ୟୁକ୍ରେନ ବିଷୟରେ ଅଧିକ ଉଲ୍ଲେଖ କରିନାହାଁନ୍ତି। ସେ କେବଳ ଏତିକି କହିଛନ୍ତି ଯେ, ଏହି ଯୁଦ୍ଧ ଆମ ପାଇଁ କେବଳ ଲାଭ ଆଣିଛି, କୌଣସି କ୍ଷତି ହୋଇନାହିଁ। ମୁଖ୍ୟତଃ ଆମର ସାର୍ବଭୌତ୍ୱ ଦୃଢ ହୋଇଛି ଏବଂ ଆମେ ଆହୁରି ଶକ୍ତିଶାଳୀ ହୋଇଛୁ।
ସୂଚନାଯୋଗ୍ୟ, ଗତ ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ଉଭୟ ପକ୍ଷର ଅନେକ ସୈନିକ ନିହତ ହୋଇଛନ୍ତି।

Related Posts