
ମସ୍କୋ: ନାଟୋରେ ସାମିଲ ହେବାକୁ ଇଛା ପ୍ରକାଶ କରିଛି ଫିନଲ୍ୟାଣ୍ଡ | ରୁଷ ଫିନଲ୍ୟାଣ୍ଡର ଏହି ନିଷ୍ପତି ଉପରେ ଅସନ୍ତୋଷ ପ୍ରକାଶ କରିଛି | ଏଥିସହ ଶନିବାର ଠାରୁ ଫିନଲ୍ୟାଣ୍ଡକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଘୋଷଣା କରିଛି |
ସୂଚନାଯୋଗ୍ୟ, କିଛି ଦିନ ତଳେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ତାଙ୍କ ଦେଶ ନାଟୋ ସଂଗଠନରେ ଯୋଗଦେବା ପାଇଁ ଆବେଦନକୁ ସମର୍ଥନ କରୁଛି । ଏ ନେଇ ଉଚିତ ପଦକ୍ଷେପ ନିଆଯାଉଛି । ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି କହିଥିଲେ ଯେ, ନର୍ଡିକ୍ ଦେଶର ସୋଭିଏତ୍ ସଂଘର ମୁକାବିଲା କରିବା ପାଇଁ ଏବେ ପାଶ୍ଚାତ୍ୟ ଗଠବନ୍ଧନର ସଦସ୍ୟତା ବିଳମ୍ବ ନକରି ଗ୍ରହଣ କରିବା ଉଚିତ । କୁହାଯାଉଛି ଯେ, ଫିନଲ୍ୟାଣ୍ଡର ଏହି ନିଷ୍ପତ୍ତି ଯୋଗୁଁ ଋଷ୍ ଅସନ୍ତୋଷ ପ୍ରକାଶ କରିଛି ଏବଂ ଫିନଲ୍ୟାଣ୍ଡକୁ ବିଦ୍ୟୁତ ସଂଯୋଗ ଦେବାକୁ ମନା କରି ଦେଇଛି ।
ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ଘଟଣା ଋଷ୍ ପାଇଁ ଭଲ ନୁହେଁ । ଋଷର ଫିନଲ୍ୟାଣ୍ଡ ସହ ପ୍ରାୟ ୧୩୪୦ କିଲୋମିଟର ସୀମା ରହିଛି । ଋଷ୍ ଭୟ କରୁଛି ଯେ, ନାଟୋ ଋଷ୍ ସୀମା ନିକଟରେ କେଉଁ ପ୍ରକାରର ଭିତ୍ତିଭୂମି ବିକାଶ କରିହ । ସେଥିପାଇଁ ଋଷ୍କୁ ଡର ଥିଲା ଯେ, ସ୍ବିଡେନ ଏବଂ ଫିନଲ୍ୟାଣ୍ଡ ନାଟୋରେ ସାମିଲ ହୋଇନଯାଆନ୍ତି । ଏହାକୁ ନେଇ ଋଷ୍ ପୂର୍ବରୁ ସ୍ବିଡେନ୍ ଏବଂ ଫିନଲ୍ୟାଣ୍ଡକୁ ଚେତାବନୀ ଦେଇଥଲା । ଯଦି ସେମାନେ ନାଟୋରେ ସାମିଲ ହୁଅନ୍ତି ଏହାର ସାମରିକ ଏବଂ ରାଜନୈତିକ ପରିଣାମ ଭୋଗିବାକୁ ପଡିବ ।
ଋଷ୍ ପୂର୍ବରୁ ହିଁ ନାଟୋ ସୀମା ନିକଟରେ ସ୍ଥିତି ମଜବୁତ କରିବାରେ ଲାଗିଛି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବରୁ ଋଷ୍ର ପଶ୍ଚିମ ସୀମାରେ ସୁରକ୍ଷାକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଋଷ୍କୁ ସ୍ବିଡେନ ସହ ଥିବା ସୀମାରେ ନିଜର ସ୍ଥିତି ସୁଦୃଢ କରିବାକୁ ପଡିବ । ନାଟୋ ସୈନ୍ୟ ଏବେ ସ୍ବିଡେନ୍ ସହ ଚୁକ୍ତି ପରେ ଋଷ୍ ସୀମାର ଅତି ନିକଟରେ ପହଞ୍ଚିଯିବ ।