ଋଷ-ୟୁକ୍ରେନ୍ ମଧ୍ୟରେ ଆଜି ଆଲୋଚନା ବୈଠକ: ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଲା ଇସ୍ରାଏଲ

ଋଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ | ପରସ୍ପର ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି | ୟୁକ୍ରେନର ରାଜଧାନୀ କିବକୁ କବଜା କରିବା ପାଇଁ ଋଷର ପ୍ରୟାସ ଜାରି ରହିଛି । ଲଗାତାର ଭାବେ ଗୁଳିମାଡ ଓ ମିସାଇଲ ମାଡ଼ ଜାରି ରଖିଛି ରୁଷ | ତେବେ ଏହାରି ମଧ୍ୟରେ ରୁଷ ଦେଇଥିବା ଆଲୋଚନା ପ୍ରସ୍ତାବକୁ ମାନିଛି ୟୁକ୍ରେନ | ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇପାରେ | ସେପଟେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ । ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତାବ ଦେଇଛି । ଯଦି ପ୍ରସ୍ତାବ ଅନୁସାରେ ଉଭୟ ଦେଶ ଆଲୋଚନା ଟେବୁଲକୁ ଆସନ୍ତି ତେବେ ବେଲାରୁଷରେ ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ହେବ । ସେପଟେ ପୁଣି ଜରୁରୀ ବୈଠକ ଡାକିଛି ମିଳିତ ଜାତିସଂଘ । କିନ୍ତୁ ମିଳିତ ଜାତୀସଂଘ ଡାକିଥିବା ବୈଠକରେ ଭାରତ ଏବଂ ଚୀନ୍ ପୂର୍ବଭଳି ଦୂରତା ବଜାୟ ରଖିଛନ୍ତି ।

ଋଷ-ୟୁକ୍ରେନ୍ ଭିତରେ ଜଳୁଥିବା ନିଆଁ ଶୀଘ୍ର ଲିଭିଯାଉ ବୋଲି ସମସ୍ତେ ଚାହୁଁଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇସାରିଲାଣି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଋଷ ଆକ୍ରମଣରେ ପ୍ରାୟ ୧୪ଜଣ ପିଲା ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ୟୁକ୍ରେନରେ ସ୍ଥିତି ସଂଗୀନ ରହିଛି । ୟୁକ୍ରେନର ରାଜଧାନୀ କିବକୁ କବଜା କରିବା ପାଇଁ ଋଷର ପ୍ରୟାସ ଜାରି ରହିଛି । ତେଣୁ ଉଭୟ ଦେଶ ମଧ୍ୟରେ ଜଳୁଥିବା ନିଆଁ ଶୀଘ୍ର ଥଣ୍ଡା ନହେଲେ ଆଗକୁ ଭୟଙ୍କର ରୂପ ନେଇପାରେ ।

କହିରଖୁ କି କିଛି ସମୟ ପୂର୍ବରୁ ଋଷର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଅସ୍ୱୀକାର କରିଥିଲେ । ଜେଲେନସ୍କି କହିଥିଲେ କି ଯେଉଁ ଦେଶ ଭିତରେ ରହି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ସେହି ଦେଶରେ କିଭଳି ଋଷ ସହ ଆଲୋଚନା ହୋଇ ପାରିବ ।ବେଲାରୁଷ ହେଉଛି ଋଷର ଏକ ସମର୍ଥକ ଦେଶ । ଏହାସହ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ବେଲାରୁଷ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛି ।

Related Posts