ଆଜି ୧୨ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ବନ୍ଦ: ପୌର ନିର୍ବାଚନ ସମୟରେ ହିଂସାକାଣ୍ଡକୁ ନେଇ ବିଜେପି ଦେଇଛି ବନ୍ଦ ଡାକରା

ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ପଶ୍ଚିମବଙ୍ଗ | ପଶ୍ଚିମବଙ୍ଗ ବିଜେପି ଦେଇଛି ବନ୍ଦ ଡାକରା | ଗତକାଲି (ରବିବାର) ପଶ୍ଚିମବଙ୍ଗ ପୌର ନିର୍ବାଚନ ସମୟରେ ହୋଇଥିବା ହିଂସାକାଣ୍ଡ ଓ ଆତଙ୍କରାଜ ବିରୋଧରେ ରାଜରାସ୍ତାକୁ ଓଲ୍ଲାହିଁଛି ବିଜେପି | ଏହାର ପ୍ରତିବାଦ ସ୍ୱରୂପ ବନ୍ଦ ଡାକରା ଦେଇଛି | ସକାଳ ୬ଟାରୁ ସନ୍ଧ୍ୟା ୬ଟା BJP ବନ୍ଦ ଡାକରା ଦେଇଛି ।

ତେବେ ଅନେକ ସ୍ଥାନରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହେବା ସହ କେତେକ ସ୍ଥାନରେ ସରକାରୀ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ବାରାକପୋରରେ ବର୍ତ୍ତମାନ ସୁଦ୍ଧା ବନ୍ଦର ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ହୁଗୁଳି ରେଳ ଷ୍ଟେସନରେ ବିଜେପି କର୍ମୀମାନେ ଟ୍ରେନ ଅଟକାଇ ପ୍ରତିବାଦ କରୁଥିବା ସୂଚନା ରହିଛି ।

ସୂଚନାଅନୁସାରେ, ରବିବାର ପଶ୍ଚିମବଙ୍ଗର ୧୦୮ ପୌର ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ତେବେ ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ, ବୋମମାଡ ହୋଇଥିଲା । କେତେକ ସ୍ଥାନରେ ପୋଲିସ ଗୁଳିଚାଳନା ସହ ଲୁହାବୁହା ଗ୍ୟାସର ପ୍ରୟୋଗ କରିଥିଲା । ଏହି ହିଂସା ବିରୁଦ୍ଧରେ ପ୍ରତିବାଦର ସ୍ବର ଉଠାଇବା ସହତ ଆଜି ସାରା ରାଜ୍ୟରେ ୧୨ ଘଣ୍ଟା ବାଲାଂ ବନ୍ଦ ଡାକରା ଦେଇଛି BJP ।

Related Posts