ୱାସିଂଟନ୍ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ଲଗାତାର ଭାବେ ଆକ୍ରମଣ କରି ଚାଲିଥିବା ବେଳେ, ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା | ରୁଷ ସେନାକୁ ମୁହଁତୋଡ ଜବାବ ଦେଉଥିବା ବେଳେ, ଏହାରି ମଧ୍ୟରେ ରୁଷ ରାସାୟନିକ ଏବଂ ଜୈବିକ ଆକ୍ରମଣ କରିବା ନେଇ ଆଶଙ୍କା ବଢିବାକୁ ଲାଗିଛି | ତେବେ ଏହାର ମୁକାବିଲା ପାଇଁ ଆମେରିକା ୟୁକ୍ରେନ୍କୁ ସହଯୋଗ କରୁଛି। ଆମେରିକା ୟୁକ୍ରେନ୍କୁ ଜୀବନ ରକ୍ଷାକାରୀ ଉପକରଣ ପଠାଉଛି।
ଆମେରିକା ୟୁକ୍ରେନ୍କୁ ସୁରକ୍ଷିତ ଉପକରଣ ଦେଉଛି କି ନା’ ତା’ର ଏକ ପ୍ରଶ୍ନର ଉତ୍ତର ଦେଇ ହ୍ବାଇଟ୍ ହାଉସ ପ୍ରେସ୍ ସଚିବ ଜେନ୍ ସାକି ଏହା କହିଛନ୍ତି। ତେବେ ଏହାଦ୍ବାରା ଆମେରିକାର ଘରୋଇ ପ୍ରସ୍ତୁତିରେ କୌଣସି ସାଲିସ କରାଯିବନି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷ୍ ୟୁକ୍ରେନ୍ରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ୍ ଚିନ୍ତା ପ୍ରକଟ କରିଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ ରସାୟନିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ନାଟୋ ଏହାର ଜବାବ ଦେବ।
ଅନ୍ୟପଟେ, ରୁଷ ଲଗାତର ଭାବେ ୟୁକ୍ରେନ୍ ଉପରକୁ ମାଡ କରି ଚାଲିଛି ମିସାଇଲ। ଏହାରି ଭିତରେ ୟୁକ୍ରେନ୍ର ସବୁଠୁ ସୁନ୍ଦର ରାଜଧାନୀ କିଭ୍ ଏବେ ପାଲଟିଛି ଶ୍ମଶାନ | ଯୁଆଡେ ଚାହିଁଲେ ସିଆଡେ କେବଳ ମୃତଦେହ। ରାସ୍ତା ଉପରେ ପଡିଛି ମାଳ ମାଳ ଶବ। କିଭ୍ ସହରକୁ ପୁରା ଛାରଖାର କରିଦେଇଛନ୍ତି ରୁଷ ସେନା | ୟୁକ୍ରେନ୍ର ସବୁଠୁ ସୁନ୍ଦର ରାଜଧାନୀ କିଭ୍ ଭଗ୍ନାବିଶେଷ ଓ ମୃତ ଦେହ ମଧ୍ୟରେ ଆଚ୍ଛାଦିତ ହୋଇଛି |
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କିଭ୍କୁ ପୁଣି ଥରେ ୟୁକ୍ରେନ ଦଖଲ କରିଛି। ରୁଷ ସେନା କିଭ୍ରୁ ଚାଲିଯିବା ପରେ ୟୁକ୍ରେନ୍ ସେନା କିଭରେ ପ୍ରବେଶ କରିଛନ୍ତି। ତେବେ କିଭ୍ରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇପଡିଛନ୍ତି ସୈନିକ। କିଭ୍ ରାସ୍ତାରେ ମାଳ ମାଳ ମୃତଦେହ ପଡିଛି। ଏହା ବର୍ଣ୍ଣନା କରୁଛି ଯେ ରୁଷ ସେନା କିଭଳି ନରସଂହାର କରିଛନ୍ତି। କିଭଳି ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି।
